ରେଡିଓ ଚକଲେଟ୍ ଷ୍ଟୁଡିଓରେ ବିଚକ୍ଷଣ ଝିଅ ଟିକିଲି

Advertisment
ରେଡିଓ ଚକଲେଟ୍ ଷ୍ଟୁଡିଓରେ ବିଚକ୍ଷଣ ଝିଅ ଟିକିଲି

ଚନ୍ଦ୍ରଶେଖରପୁର : ଆଜି ରେଡିଓ ଚକଲେଟ୍ ଷ୍ଟୁଡିଓରେ ଶିଶୁଦିବସ ଉପଲକ୍ଷେ ଭାଷଣ ଦେଇ ବିଚକ୍ଷଣତାର ପରିଚୟ ଦେଇଛି କୁନି ଝିଅ ଟିକିଲି। ସେ ମହାପୁରଷ ଓ କିସ୍ ବିଷୟରେ ଲଗାତାର ଭାଷଣ ଦେଇ ପୁଣି ଏକ ଗୌରବର ଅଧିକାରୀ ହୋଇପାରିଛି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଟିକାବାଲିର ସୁଦେଷ୍ଣା ପ୍ରଧାନ ଓରଫ ଟକିଲି କିସ୍’ରେ ‌ଷଷ୍ଠ ଶ୍ରେଣୀରେ ପଢ଼ୁଛି। ଗତ ଗାନ୍ଧୀ ଜୟନ୍ତୀରେ ସେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚମତ୍କାର ଭାଷଣ ଦେଇ ସମସ୍ତଙ୍କ ମନ‌ ମୋହିଥିଲା। ଭାଷଣକୁ ଉପସ୍ଥିତ କିଛି ଦର୍ଶକ ଭିଡିଓ ରେକର୍ଡିଂ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲେ। ଚାହୁଁ ଚାହୁଁ ସୋସିଆଲ୍ ମିଡିଆରେ ଟିକିଲିର ଦର୍ଶକଙ୍କ ସଂଖ୍ୟା ବଢ଼ି ଚାଲିଥିଲା। ଫଳରେ ୨ ନିୟୁତରୁ ଅଧିକ ଲାଇକ୍ ସାଉଁଟି ଆଜି ଟିକିଲି ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିଶୁ ଦିବସ ଅବସରରେ ରେଡିଓ ଚକଲେଟ୍‌ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିକିଲି ‌ଯୋଗ ଦେଇଥିବାରୁ ରେଡିଓ ଚକଲେଟ୍ ଓ ଆରଜେ କୋମଲଙ୍କୁ କିସ୍ ତରଫରୁ କୃତଜ୍ଞତା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe