ମାନିଲେନି କଟକଣା, ଆମିଷ ବଜାରରେ ଭିଡ଼

Advertisment

ସହର ଲୋକଙ୍କଠାରୁ ଅଧିକ ସଚେତନ ଉପକଣ୍ଠବାସୀ

ସହର ଲୋକଙ୍କଠାରୁ ଅଧିକ ସଚେତନ ଉପକଣ୍ଠବାସୀ

ମାନିଲେନି କଟକଣା, ଆମିଷ ବଜାରରେ ଭିଡ଼

ପୁରୁଣା ଭୁବନେଶ୍ୱର : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ ଓ ରାସ୍ତାପାର୍ଶ୍ୱକୁ ଉଠାଇ ଦିଆଯାଇଛି। ସେହିଭଳି ହାଟ ବଜାର ଉପରେ ମଧ୍ୟ କଟକଣା ଲଗାଯାଇଛି। ବିଭିନ୍ନ ଦୋକାନ ସମ୍ମୁଖରେ ଦିଆଯାଉଥିବା ଗୋଲ ଚିହ୍ନରେ ଠିଆ ହୋଇ ଜିନିଷ କିଣିବା ପାଇଁ ବାରମ୍ବାର ପରାମର୍ଶ ଦିଆଯାଉଛି। ଗରାଖମାନେ ଠିକ୍‌ ଭାବେ ଯେପରି ପାଳନ କରିବେ, ତାହା ଦୋକାନୀମାନେ ସୁନିଶ୍ଚିତ କରାଇବେ। ଗ୍ରାହକ ନିୟମ ଉଲ୍ଲଙ୍ଘନ କଲେ ଦୋକାନୀ ଦଣ୍ଡିତ ହେବେ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଆମିଷ ଦୋକାନ ଆଗରେ ଉଭୟ ଲୋକେ ଓ ଦୋକାନୀ ସବୁ ନିୟମକୁ ଯେପରି ଜଳାଞ୍ଜଳି ଦେଇ ଦେଉଛନ୍ତି। ଆଜି ଆମିଷବାର ଥିବା ବେଳେ ଜାଗମରା ଛକ, ଭୀମଟାଙ୍ଗି ଛକ, ପୁନମା ଗେଟ୍‌ ଛକ, ପୁରୁଣା ଭୁବନେଶ୍ବର ସାନିଟେରିୟମ୍‌ ଛକରେ ଥିବା ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ଦୋକାନୀମାନେ ମଧ୍ୟ ଏହି ନିୟମ ପାଳନ ଉପରେ ସେପରି ଗୁରୁତ୍ୱ ଦେଉନଥିବା ଦେଖାଯାଇଥିଲା। କରୋନା କଟକଣାକୁ ସତେଯେପରି କାହାର ଖାତିର୍‌ ନଥିଲା। ଗୋଲ୍‌ ଚିହ୍ନିତ ଜାଗାରେ ଛିଡ଼ା ହେବା ଦୂରର କଥା, ଦେହ ଘଷାଘଷି ହୋଇ ଲୋକେ ଆମିଷ କିଣିଥିଲେ। ଅପରପକ୍ଷେ ବେପାର ଲୋଭରେ ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କୁ ଆକଟ କରିନଥିଲେ। ତେବେ ବହୁ ସଚେତନ ଗ୍ରାହକ ଏପରି ସ୍ଥିତିରୁ ଦୂରେଇ ରହିବା ସହ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ। ଏନେଇ ବିଏମ୍‌ସି ଅତିରିକ୍ତ କମିସନର୍‌ ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି, ବିଏମ୍‌ସି ବାରମ୍ବାର ଜନସାଧାରଣ ତଥା ବ୍ୟବସାୟୀଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନ କରୁଛି। ଯଦି ଆମିଷ ଦୋକାନମାନଙ୍କରେ କଟକଣା ଉଲ୍ଲଂଘନ କରାଯାଇଥିବା ପ୍ରମାଣ ମିଳେ, ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

publive-image

ସହର ଲୋକଙ୍କଠାରୁ ଅଧିକ ସଚେତନ ଉପକଣ୍ଠବାସୀ
ଚନ୍ଦ୍ରଶେଖରପୁର : ଆଜି ଶୁକ୍ରବାର ହୋଇଥିବାରୁ ରାଜଧାନୀର ବିଭିନ୍ନ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ବିଭିନ୍ନ ମାଛ ଓ ମାଂସ ଦୋକାନରେ ଲୋକମାନେ ଭିଡ଼ ଜମାଇ କିଣାକିଣି କରୁଥିବା ବେଳେ ରାଜଧାନୀ ଉପକଣ୍ଠ‌ର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଅଲଗା। ଉପକଣ୍ଠ ଅଞ୍ଚଳରେ ଲୋକମାନେ ସହରୀ ଲୋକଙ୍କଠାରୁ ଅଧିକ ସଚେତନ ବୋଲି ପ୍ରମାଣ କରି ଦେଖାଇଥିଲେ। ସବୁଠାରେ ଦେଖିବାକୁ ମିଳିଥିଲା ଗୋଟିଏ କଥା। ସମସ୍ତେ ମୁହଁରେ ମାସ୍କ ପିନ୍ଧି ବଜାରକୁ ଆସିଥିଲେ ଓ ସାମାଜିକ ଦୂରତା ରକ୍ଷା କରି କିଣାକିଣି କରିଥିଲେ। ସାମାଜିକ ଦୂରତା ରକ୍ଷା ନ କଲେ ଓ ମାସ୍କ ପିନ୍ଧି ନଥିଲେ ମାଛ, ମାଂସ ମିଳିବ ନାହିଁ ବୋଲି ବ୍ୟବସାୟୀମାନେ କରିଥିବା ନିୟମକୁ ସମସ୍ତେ ପାଳନ କରିଥିଲେ। ଲୋକମାନେ ଦୋକାନ ଆଗରେ ଗୋଲ୍‌ ଚିହ୍ନିତ ଭିତରେ ଠିଆ ହୋଇ ଜଣଙ୍କ ପରେ ଜଣେ ଅତି ଶୃଙ୍ଖଳାର ସହ କିଣାକିଣି କରିଥିଲେ। ଏହା ସହିତ ବ୍ୟବସାୟୀମ‌ାନେ ମଧ୍ୟ ଗ୍ରାହକମାନଙ୍କଠାରୁ ଟଙ୍କା ଗ୍ରହଣ କରି ଟିକେ ଅବସର ପାଇଲେ ସାବୁନରେ ହାତଗୋଡ଼ ଧୋଉଥିବା ଦେଖିବାକୁ ମିଳିଥିଲା। ଏପରି ଦୃଶ୍ୟ ଆଜି ମଞ୍ଚେଶ୍ବର ‌‌ଷ୍ଟେସନ୍ ବଜାର, ଡମଣା ମାଛ ବଜାର, କଳାରାହାଙ୍ଗ ଗଡ଼ା ଛକ, ଚକେଇସିଆଣି ମାଛ ମାର୍କେଟ୍, ପଟିଆ ଆମିଷ ବଜାରରେ ଦେଖିବାକୁ ମିଳିଥିଲା। ମଞ୍ଚେଶ୍ବର ଷ୍ଟେସନ୍ ବଜାର ଚିକେନ୍ ‌ଦୋକାନୀ ବାବୁଲି ପରିଡ଼ା କୁହନ୍ତି, ସମସ୍ତେ ସଚେତନ ରହିଲେ, କରୋନାକୁ ଦୂରେଇ ଦେଇ ହେବ। ଏ ଦିଗରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe