ଚାଷୀଙ୍କୁ କରୋନା ଯାତନା : ପରିବା, ଫୁଲ ଚାଷୀ ବେଶି କ୍ଷତିଗ୍ରସ୍ତ

Advertisment
ଚାଷୀଙ୍କ ପାଇଁ ପରାମର୍ଶ ଜାରି : ଅଦିନିଆ ବର୍ଷାରେ ଫସଲ ନଷ୍ଟ ଆଶଙ୍କା

ବାଲିଅନ୍ତା : ଲକ୍‌ଡାଉନ୍‌ ଯୋଗୁଁ ବହୁ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ କଳ କାରଖାନା, କମ୍ପାନି ବନ୍ଦ ହୋଇଯାଇଥିବାରୁ ଏଥିରେ ନିଯୁକ୍ତ ହୋଇଥିବା ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ଖଟିଖିଆ ପରିବାର ମଧ୍ୟ କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ ହୋଇଯାଇଛନ୍ତି। ତେବେ କରୋନା କଟକଣା ପ୍ରଭାବରୁ କୃଷିକ୍ଷେତ୍ର ମଧ୍ୟ ବାଦ୍‌ ପଡ଼ିନି। ଏଥିଯୋଗୁଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ବହୁ ଚାଷୀ ଏବେ ଏକ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। କିଛି ଫସଲ ଉପରେ କଟକଣା ଜନିତ ପ୍ରଭାବ ଆଦୌ ପଡ଼ି ନଥିବା ବେଳେ ଆଉ କିଛି ଚାଷ ପାଇଁ ଦୈନିକ ହଜାର ହଜାର ଟଙ୍କାର କ୍ଷତି ସହୁଛନ୍ତି ଚାଷୀ।

publive-image

ଲକ୍‌ଡାଉନ୍‌ ପ୍ରଭାବରେ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି ପନିପରିବା ଓ ଫୁଲଚାଷୀ। କଟକଣା ପାଇଁ ବିବାହ, ବ୍ରତ ହୋମଯଜ୍ଞ ଆଦି ଧାର୍ମିକ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ବନ୍ଦ ଥିବାରୁ ଗେଣ୍ଡୁଫୁଲ ବିକ୍ରିରେ ସମସ୍ୟା ଦେଖାଦେଇଛି। ଛକ ବଜାରରେ ଥିବା ସବୁ ଫୁଲ ଦୋକାନରେ ତାଲା ଝୁଲୁଛି। ମନ୍ଦିର ପରିବେଶ ବି ଖାଁ ଖାଁ। ତେଣୁ ବେପାରୀ ଫୁଲ ନେଉନାହାନ୍ତି କି ଚାଷୀ ବି ପରିଶ୍ରମ କରି ତୋଳୁ ନାହିଁ କି ଗଛ ମୂଳରେ ପାଣି ଦେଉନାହିଁ। ଫଳରେ ଏକର ଏକର ଜମିରେ ହୋଇଥିବା ଗେଣ୍ଡୁଚାଷ ଏବେ ଟାଣଖରା‌‌‌ରେ ଜଳି ଯାଉଛି। ବିଶେଷକରି ଜୟଦେବ ପଞ୍ଚାୟତର ଶହଶହ ଚାଷୀ ଏଥିପାଇଁ ଦୈନିକ ହଜାର ହଜାର ଟଙ୍କାର କ୍ଷତି ସହୁଛନ୍ତି।

publive-image

ଅନୁରୂପ ଭାବେ ପନିପରିବା ଚାଷୀ ମଧ୍ୟ ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। କରୋନା ଭୟରେ ବେପାରୀ ଗାଁ ମାଟି ମାଡ଼ୁ ନଥିବାରୁ ଚାଷୀ ସ୍ଥାନୀୟ ଛକ, ବଜାର ହାଟରେ ଅତି ଶସ୍ତାରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛି। ଅପରପକ୍ଷେ ଉପଯୁକ୍ତ ମୂଲ୍ୟ ଆଶାରେ ଚାଷୀ ପରିବା ନେଇ ହାଟକୁ ଯାଇ ଘରକୁ ଫେରିଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି। ପରିବା ନେବାକୁ ବ୍ୟବସାୟୀ ଚାଷୀ ପାଖରେ ପହଞ୍ଚିଲେ ବି ସମଦଶା।

‌ତେବେ ରବି ଫସଲ ଯଥା ଧାନ, ମୁଗ, ବିରି, କୋଳଥ, ଆଖୁ ଭଳି ଅଣ ଧାନ ଫସଲ ଉପରେ କରୋନାର କୌଣସି ପ୍ରଭାବ ପଡ଼ି ନାହିଁ। ସ୍ବାଭାବିକ ଢଙ୍ଗରେ ଚାଷୀମାନେ ଜମିରେ ଚାଷ କାର୍ଯ୍ୟ କରୁଛନ୍ତି। ଧାନ ଗଛ ଥୋଡ଼ ଧରିବା ସ୍ଥିତିରେ ରହିଛି। ଆଉ କିଛି କ୍ଷେତରେ ମଧ୍ୟ ଧାନ ଫୁଲ ଉଡ଼ାଇଲାଣି। ଧାନକନ୍ଦି କରିବା ସହ ଘାସ ବାଛିବା ଲାଗି କୃଷି ଶ୍ରମିକଙ୍କ ସମସ୍ୟା ଦେଖାଦେଇଛି। ଆଉ କିଛି ଧାନଜମିରେ ରୋଗପୋକ ଉତ୍ପାତ ଚାଷୀର ଚିନ୍ତା ବଢ଼ାଇଦେଇଛି। ସେହିପରି ମୁଗ ଓ ବିରି ଭଳି ଡାଲିଜାତୀୟ ଫସଲ ବିଲରେ ଉପଡ଼ା କାର୍ଯ୍ୟ ଚାଲିଥିବା ବେଳେ ଆଉ କିଛି ଚାଷୀ ବୋହି ଆଣି ଗାଁ ଦାଣ୍ଡରେ ପକାଇ ଅମଳ କରୁଛନ୍ତି। ଫଳରେ ଯାତାୟାତରେ ସମସ୍ୟା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe