ଲକ୍‌ଡାଉନରେ ରାଜଧାନୀ: ଅଧା ଶୂନ୍‌ଶାନ

Advertisment

ଟିକାକରଣ, କୋଭିଡ୍ ପରୀକ୍ଷା ସ୍ବାଭାବିକ, ତଥାପି ଅମାନିଆ ବୁଲିଲେ, ଜରିମାନା ଗଣିଲେ

ଟିକାକରଣ, କୋଭିଡ୍ ପରୀକ୍ଷା ସ୍ବାଭାବିକ, ତଥାପି ଅମାନିଆ ବୁଲିଲେ, ଜରିମାନା ଗଣିଲେ

ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ ଉପରେ ନଜର: କଟକଣା ହଟିବ ନା ରହିବ?

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ କାଁ ଭାଁ ଗାଡ଼ି ଛାଡ଼ିଦେଲେ ସବୁଆଡ଼େ ଥିଲା ଶୂନଶାନ୍। ଗ୍ରୋସରି, ପରିବା, କ୍ଷୀର, ମେଡିସିନ୍ ଦୋକାନରେ ବି ସେମିତି ଭିଡ଼ ନ ଥିଲା। କିନ୍ତୁ ଆଜି ବୁଧବାର ଥିବାରୁ ରାଜଧାନୀର ବିଭିନ୍ନ ଛକରେ ଥିବା ଆମିଷ ଦୋକାନରେ ସକାଳୁ ସକାଳୁ କିଛିଟା ଭିଡ଼ ଲାଗିଥିଲା। ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କ ପରିଚୟପତ୍ର ଯାଞ୍ଚ କରି ପୁଲିସ ଗାଡ଼ି ଛାଡ଼ିଥିଲା। କିନ୍ତୁ ଅମାନିଆ ସବୁ ନିୟମକୁ ଫୁ’ କରି ଗାଡ଼ି ଖଣ୍ଡେ ଧରି ବୁଲିଥିଲେ। ଧରାପଡ଼ିବା ପରେ ତଣ୍ଡ ବି ଗଣିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଲକ୍‌ଡାଉନରେ ଏ ଥିଲା ରାଜଧାନୀର କିଛି ଚିତ୍ର।

publive-image

ଲକଡାଉନ୍ ପାଇଁ ଗତକାଲି ରାତିରୁ କମିସନରେଟ ପୁଲିସର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ରାଜଭବନରୁ ଗୋପବନ୍ଧୁ ଛକ, ଜୟଦେବବିହାରରୁ ଶାସ୍ତ୍ରୀନଗର, ଆଚାର୍ଯ୍ୟବିହାରରୁ ସଚିବାଳୟ ମାର୍ଗ, ପଟିଆ, ଡୁମୁଡୁମା ସମେତ କେତେକ ଅଞ୍ଚଳରେ ବାରିକେଡ୍ ତିଆରି କରାଯାଇଥିଲା। ଗୋଟିଏ ପଟେ ବାରିକେଡ୍ ବନ୍ଦ କରାଯାଇଥିବା ବେଳେ ଅନ୍ୟପଟ ରାସ୍ତାରେ ଗାଡ଼ିମୋଟର ଚଳାଚଳ କରୁଥିଲା। ସ୍ବାସ୍ଥ୍ୟ, ବିଦ୍ୟୁତ, ପାଣି, କନଷ୍ଟ୍ରକସନ୍, ଟେଲିକମ୍, ଆଇଟି, ଶିଳ୍ପ, ଗଣମାଧ୍ୟମ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଯାଇଥିଲେ। ସମ୍ପର୍କୀୟ, ପରିଜନଙ୍କ ମୃତ୍ୟୁ ଖବର ଶୁଣି ଯାଉଥିବା ବ୍ୟକ୍ତି, ମେଡିକାଲ କାମରେ ଯାଉଥିବା ଲୋକ ପୁଲିସର ସହାୟତା ନେଇ ଯାଇଥିଲେ। ଏ ସବୁ ଭିତରେ ଆଜି ରାଜଧାନୀରେ କେବଳ ଗ୍ରୋସରି, ପରିବା, କ୍ଷୀର, ଆମିଷ ଆଦି ଦୋକାନ ସକାଳୁ ୬ ଘଣ୍ଟା ଖୋଲା ରହିଥିଲା।

publive-image

ଜୟଦେବବିହାର, ୟୁନିଟ୍ ୮, ସିଆରପି, ଚନ୍ଦ୍ରଶେଖରପୁର, ରବି ଟକିଜ୍ ଆଦି ଅଞ୍ଚଳରେ ଥିବା କେତେକ ଆମିଷ ଦୋକାନରେ କିନ୍ତୁ ଭିଡ଼ ଜମିଥିଲା। ରେଳ ଷ୍ଟେସନ ଓ ଏୟାରପୋର୍ଟରୁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ। ପୁଲିସ ଚେକିଂ ସମୟରେ ଟିକଟ ଦେଖାଇଥିଲେ। ଟିକାକରଣ ଏବଂ କୋଭିଡ୍ ପରୀକ୍ଷା ମଧ୍ୟ ସ୍ବାଭାବିକ ଚାଲିଥିଲା। କିନ୍ତୁ ସେହିପରି ଅମାନିଆ ପୂର୍ବ ପରି ବୁଲିଥିଲେ। ବାଇକ ଧରି ରାଜଧାନୀ ରାଜରାସ୍ତାରେ ଚକ୍କର କାଟିଥିଲେ। କିନ୍ତୁ ପୁଲିସ ହାବୁଡ଼ରୁ ବର୍ତ୍ତି ପାରି ନ ଥିଲେ। ବିଭିନ୍ନ ବାହାନା କରିଥିଲେ ମଧ୍ୟ ଆଜି ପ୍ରାୟ ୪ ଶହରୁ ଅଧିକ ଅମାନିଆଙ୍କ ଠାରୁ ଜରିମାନ ଆଦାୟ କରାଯାଇଛି। କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe