ତାଲାବନ୍ଦକୁ ମାସେ ପୂରିଲା : ଦୁଃଖ ଦେଇଛି, ଶିକ୍ଷା ବି...

ତାଲାବନ୍ଦକୁ ମାସେ ପୂରିଲା : ଦୁଃଖ ଦେଇଛି, ଶିକ୍ଷା ବି...

ଭୁବନେଶ୍ବର : ବିଜ୍ଞାନ ବହୁ ଅସାଧ୍ୟକୁ ସାଧ୍ୟ କରିଛି। ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଛି। ମାତ୍ର ଏବେ ବି ୦.୧୨୫ ମାଇକ୍ରନର ଏକ ଭୂତାଣୁ ଆଗରେ ମଣିଷ ଅସହାୟ ପାଲଟିଯାଇଛି। ଏକ ଅଜଣା ଭୟରେ ଶିହରି ଉଠୁଛି। କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିବା ନେଇ ଆଜି ମାସେ ପୂରିଛି। ସମଗ୍ର ବିଶ୍ବର ୭ଶହ କୋଟି ଜନତା ଆଜି ଗୋଟିଏ ଶତ୍ରୁ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। କୌଣସି ଦେଶ ଏବେ ନିଜ ଶତ୍ରୁ ଦେଶ ପାଇଁ ରଣନୀତି ପ୍ରସ୍ତୁତ କରୁନାହିଁ, ବରଂ ନିଃସହାୟ ଭାବେ ଅନ୍ୟ ଦେଶକୁ ସହାୟତା ପାଇଁ ହାତ ପତାଇଛି।

କେବଳ ସେତିକି ନୁହେଁ, ବିଜ୍ଞାନକୁ ନେଇ ଗର୍ବୀ ଓ ଅହଙ୍କାରୀ ପାଲଟି ଯାଇଥିବା ମଣିଷ ଆଜି ସନାତନ ଧର୍ମର ଚଳଣି ଓ ପରମ୍ପରା ଯେ କେତେ ଉପାଦେୟ ତାହା ଉପଲବ୍ଧି କରିପାରିଛି। ଏବେ ବାହାରୁ ଘରକୁ ଫେରିଲେ ଅବା ଘରେ ଥିବା ଅବସ୍ଥାରେ ମଧ୍ୟ ସାବୁନରେ ବାରମ୍ବାର ହାତ ଧୋଇବାକୁ କୁହାଯାଉଛି। ମାତ୍ର ସ୍କୁଲ୍‌, କଲେଜ୍‌, ଖେଳପଡ଼ିଆ, କର୍ମସଂସ୍ଥାନରୁ ଫେରି ଘରକୁ ପ୍ରବେଶ ପୂର୍ବରୁ ହାତ ଗୋଡ଼ ଧୋଇବା କଥା ଆମ ସନାତନ ଧର୍ମୀୟ ସଂସ୍କୃତି ପିଲାଦିନୁ ଶିଖାଇଛି। ଏବେ ୧୪ ଦିନ କ୍ବାରାଣ୍ଟିନରେ ରହିବା କଥା କୁହାଯାଉଛି। ମାତ୍ର ଏବେ ବି ଆମମାନଙ୍କ ପରିବାରରେ ପିଲାଟିଏ ଜନ୍ମ ହେଲେ କି କାହାର ମୃତ୍ୟୁ ହେଲେ ୧୪ ଦିନ ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିବାକୁ ଆମର ପରମ୍ପରା ରହିଛି। ହାତ ମିଳାଇବା, ଆଲିଙ୍ଗନ କରିବା ଓ ଚୁମ୍ବନ ଦେଇ ଅଭ୍ୟର୍ଥନା ନଜଣାଇ ନମସ୍କାର ଜଣାଇବା କଥା ବି ଏହି ପରମ୍ପରାରୁ ଜନ୍ମ ନେଇଛି। ଯାହାକୁ ଆଜି ସମଗ୍ର ବିଶ୍ବ ଅନୁକରଣ କରି କରୋନା ମୁକାବିଲା କାଳୀନ ମହାବିପତ୍ତିରୁ ରକ୍ଷା ପାଇପାରିବା ନେଇ କୁହାଯାଉଛି। ଏହାର ଅନୁଶୀଳନ ସହ ମଣିଷ ପାଇଁ ଘର ଓ ପରିବାରର ଯେ କେତେ ଆବଶ୍ୟକତା ରହିଛି ତାହା ବି ସେ ଉପଲବ୍ଧି କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe