ପୁରୁଣା ଭୁବନେଶ୍ୱର: କଳ୍ପନା ଛକ ଟୋକା ସଂଘ ପକ୍ଷରୁ ଚିତ୍ର ମାଧ୍ୟମରେ କରୋନା ସଚେତନତା ତଥା ଲକ୍ଡାଉନର ବାର୍ତ୍ତା କଳ୍ପନା ଛକଠାରେ ପ୍ରଦାନ କରାଯାଇଛି। ସଂଘର ପ୍ରତିଷ୍ଠାତା ତଥା ଚିତ୍ରଶିଳ୍ପୀ ବାପୁ ଓଝାଙ୍କ ପ୍ରଚେଷ୍ଟାରେ ଯୁବ ଚିତ୍ରଶିଳ୍ପୀ ସତ୍ୟରଞ୍ଜନ ଦାଶ କରୋନା ସଚେତନତା ବାର୍ତ୍ତା ଚିତ୍ର ମାଧ୍ୟମରେ ଆଙ୍କିଥିଲେ। ସଂଘର ସଭାପତି ଧୀରେନ ରାଉତରାୟ, ରକ୍ତଦାତା ତନ୍ମୟ ସାମନ୍ତରାୟ, ସମାଜସେବୀ ରୋହିତ ନାୟକ, ଜିତେନ୍ଦ୍ର ସାହୁ, ଗୁରୁପଦ ନାଥ, ଅରୁଣ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ସାମାଜିକ କାର୍ଯ୍ୟକୁ ପରିଚାଳନା କରିଥିଲେ।
ଚିତ୍ର ମାଧ୍ୟମରେ ଲକ୍ଡାଉନର ବାର୍ତ୍ତା
Advertisment
Follow Us