ଭୁବନେଶ୍ବର : ଜରିମାନା ହେଉ କି ଗାଡ଼ି କୋର୍ଟ ଚାଲାଣ ହେଉ, ସେଥିପ୍ରତି ଲୋକଙ୍କର ଆଉ ଭୟ ଥିଲା ପରି ଲାଗୁନି। କଟକଣାକୁ ଏକ ପ୍ରକାର ଫୁ’ କରି ଦେଇଛନ୍ତି ଉଲ୍ଲଂଘନକାରୀ। ସେଥିପାଇଁ ତାଲାବନ୍ଦ କଟକଣା ଉଲ୍ଲଂଘନକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଦ୍ବୈତନଗରୀରେ ତାଲାବନ୍ଦ କଟକଣା ଉଲ୍ଲଂଘନ କରି ୧୩୮୯ଜଣ ଗାଡ଼ି ଚାଳକ ଧରା ପଡ଼ିଛନ୍ତି। ମାସ୍କ ନ ପିନ୍ଧି ୩୫୮ ଜଣ ଧରା ପଡ଼ିଛନ୍ତି। ଗତକାଲି ୧୭୭୪ ଜଣ ଗାଡ଼ି ଚାଳକ ଧରା ପଡ଼ିଥିବା ବେଳେ ମାସ୍କ ନ ପିନ୍ଧି ୪୦୬ ଜଣ ଧରା ପଡ଼ିଥିଲେ।
ତାଲାବନ୍ଦ କଟକଣା ଉଲ୍ଲଂଘନକାରୀଙ୍କ ସଂଖ୍ୟା କମୁନି
Advertisment
Follow Us