ଗାଦିବ୍ରହ୍ମ ବିଦ୍ୟାଳୟରେ ଉତ୍ତେଜନା, ଶିକ୍ଷକ ଓ ଶ୍ରେଣୀ ଗୃହ ଦାବିରେ ତାଲା ଠୁଙ୍କିଲେ

ଗାଦିବ୍ରହ୍ମ ବିଦ୍ୟାଳୟରେ ଉତ୍ତେଜନା, ଶିକ୍ଷକ ଓ ଶ୍ରେଣୀ ଗୃହ ଦାବିରେ ତାଲା ଠୁଙ୍କିଲେ

ବାଲିପାଟଣା : ଶିକ୍ଷକ ଓ ଶ୍ରେଣୀ ଗୃହ ଦାବିରେ ତାତିଲେ ଅଭିଭାବକ। ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଫଳରେ ଆଜି ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏଭଳି ଘଟଣା ଆଜି ବାଲିପାଟଣା ବ୍ଲକ ବନମାଳୀପୁର ଗାଦିବ୍ରହ୍ମ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ଓ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ଓ ଆଲୁମିନି ସଦସ୍ୟ ଫାଟକ ବନ୍ଦ କରି ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏବିଇଓ ମଞ୍ଜୁଲତା ରାଉତ, ପ୍ରଥାମିକ ଶିକ୍ଷକ ସଂଘ ସଭାପତି ଆଲୋକ ରଞ୍ଜନ ସାହୁ, ସଂପାଦକ ତଥା ସିଆରସିସି ରଶ୍ମିରଞ୍ଜନ ପଣ୍ଡା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ସ୍ଥାନୀୟ ଏକ ମଠ ପରିସରରେ ପିଲାଙ୍କୁ ପାଠ ପଢ଼ାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe