​ଅଢ଼େଇ ବର୍ଷ ପରେ ଲୁଟେରା ଗିରଫ

Advertisment

ଠକେଇ ଘଟଣାରେ ଅଭିଯୁକ୍ତ ଗିରଫ, କାର୍ ଜବତ; ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଦୁଇ ଲୁଟେରା

ଠକେଇ ଘଟଣାରେ ଅଭିଯୁକ୍ତ ଗିରଫ, କାର୍ ଜବତ; ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଦୁଇ ଲୁଟେରା

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ଚନ୍ଦ୍ରଶେଖରପୁର : ଆକ୍ରମଣ ଓ ଲୁଟ୍‌ ମାମଲାରେ ଫେରାର ଅଭିଯୁକ୍ତକୁ ଅଢ଼େଇ ବର୍ଷ ପରେ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିୁଯୁକ୍ତ ହେଲା, ନୀଳାଦ୍ରିବିହାର ନୀଳମାଧବ ବସ୍ତିର କାହ୍ନୁ ନାୟକ (୨୪)। ସେ ଜଣେ ପେସାଦାର ଲୁଟେରା ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ସୂଚନା ମୁତାବକ, ୨୦୧୯ ମସିହା ଡିସେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅରବିନ୍ଦନଗର ବସ୍ତି ନିକଟରେ ତିନି ଜଣ ଦୁର୍ବୃତ୍ତ ଆକ୍ରମଣ କରି ବ୍ୟାଗ୍, ମନି ପର୍ସ ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଆକ୍ରମଣରେ ଯୁବକଜଣକ ଗୁରୁତର ଆହତ ହୋଇଥିଲେ। ଏନେଇ ଲୁଟ୍‌ର ଶିକାର ଯୁବକଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ପର ଦିନ ଦୁଇ ଜଣ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ କାହ୍ନୁ ନାୟକ ଫେରାର ହୋଇଯାଇଥିଲା। ହଠାତ୍ ଗତକାଲି ରାତିରେ ପୁଲିସ ସୂଚନା ପାଇ ନୀଳାଦ୍ରିବିହାର ନୀଳମାଧବ ବସ୍ତିରେ ଚଢ଼ଉ କରି କାହ୍ନୁକୁ ଗିରଫ କରିଥିଲା।

ଠକେଇ ଘଟଣାରେ ଅଭିଯୁକ୍ତ ଗିରଫ, କାର୍ ଜବତ
ଭୁବନେଶ୍ବର : ଏକ ଠକେଇ ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ମାନସ ରଞ୍ଜନ ବିଶ୍ବାଳ(୨୯)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତବାକ, ଅଭିଯୋଗକାରୀ ନିଜର ହୋଣ୍ଡା ସିଟି କାରକୁ ଭଡ଼ାରେ ଦେବାକୁ ଅନଲାଇନ୍‌ରେ ବିଜ୍ଞାପନ ଦେଇଥିଲେ। ଗତ ୧୦ ତାରିଖ ଦିନ ଅଭିଯୁକ୍ତ ମାନସ ମାସିକ ୨୫ ହଜାର ଟଙ୍କା ଭଡ଼ାରେ କାରଟିକୁ ନେବା ସହ ସିକ୍ୟୁରିଟି ଡିପୋଜିଟ ବାବଦକୁ ୫ ହଜାର ଟଙ୍କାର ଏକ ଚେକ ଓ ପରିଚୟପତ୍ର ଦେଇଥିଲେ। ପରେ ଗତ ୧୨ ତାରିଖରେ ଅଭିଯୋଗକାରୀ ଉକ୍ତ ଚେକ୍ ନେଇ ବ୍ୟାଙ୍କରେ ଜମା କରିବା ବେଳେ ତାହା ବାଉନ୍ସ ହୋଇଯାଇଥିଲା। ଏ ସମ୍ପର୍କରେ କଥା ହେବା ଲାଗି ଅଭିଯୁକ୍ତକୁ ଫୋନ୍ କରିବାରୁ ତାଙ୍କ ଫୋନନ୍‌ ବନ୍ଦ ଥିଲା। ପରେ ପୁନର୍ବାର ତାଙ୍କୁ ଯୋଗାଯୋଗ କରି ଏ ବିଷୟରେ ପଚାରିବାରୁ ଅଭିଯୁକ୍ତଜଣକ ତାଙ୍କୁ ଗାଳି ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାନସକୁ ଗିରଫ କରିଥିଲା।

ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଦୁଇ ଲୁଟେରା
ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ବାରମ୍ବାର ଲୁଟ୍ ଓ ଛିନତାଇ ହେଉଛି। କିଛି ଦିନ ପୂର୍ବେ ଦୁଇ ଜଣ ବ୍ୟକ୍ତିଙ୍କ ଘର ଆଗରୁ ବାଇକ୍ ଲୁଟ୍‌ ହୋଇଥିଲା। ଏନେଇ ବାଇକ୍ ମାଲିକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଗତ ତିନିଦିନ ହେବ ବିଭିନ୍ନ ସ୍ଥାନରେ ଚେକିଂ ଓ ପାଟ୍ରୋଲିଂ କରୁଥିବା ବେଳେ ଗତକାଲି ବଳମ୍ବିତ ରାତିରେ ଦୁଇ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଶିଖରଚଣ୍ଡୀ ନଗର ବସ୍ତିର ଟି. ସୁ‌ରେଶ (୨୦) ଓ ଗଣେଶ ନାୟକ (୨୪)। ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ ୪ଟି ଚୋରା ବାଇକ୍‌ ଓ ୨ଟି ଚୋରା ମୋବାଇଲ ଜବତ କରିଛି। ପାଟ୍ରୋଲିଂ ବେଳେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ପୁଲିସ କାବୁ କରି ଥାନାକୁ ଆଣିଥିଲା। ସେମା‌ନେ ସ୍ଥାନୀୟ ଅଞ୍ଚଳରେ ବାଇକ୍ ଚୋରି କରନ୍ତି ବୋଲି ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe