ମହିଳା ଓଏଏସ୍‌ଙ୍କ ଘରୁ ଚୋରି ମାମଲା: କୁଖ୍ୟାତ ଲୁଟେରା ପିଣ୍ଟନ ଓ ୨ ସହଯୋଗୀ ଗିରଫ

Advertisment

ଟିଭି, ସୁନା ଓ ଟଙ୍କା ଜବତ

ଟିଭି, ସୁନା ଓ ଟଙ୍କା ଜବତ

ମହିଳା ଓଏଏସ୍‌ଙ୍କ ଘରୁ ଚୋରି ମାମଲା: କୁଖ୍ୟାତ ଲୁଟେରା ପିଣ୍ଟନ ଓ ୨ ସହଯୋଗୀ ଗିରଫ

ଭୁବନେଶ୍ବର : ଜଳସଂପଦ ବିଭାଗର ମହିଳା ଓଏଏସ୍ ଅଧିକାରୀ ସୋନାଲି ଶୁଭଦର୍ଶିନୀଙ୍କ ଘରୁ ୧୦ଦିନ ବ୍ୟବଧାନରେ ଦୁଇ ଦୁଇ ଥର ଚୋରି ହେବା ଘଟଣାରେ ଖଣ୍ଡଗିରି ପୁଲିସକୁ ସଫଳତା ମିଳିଛି। କୁଖ୍ୟାତ ଲୁଟେରା ପିଣ୍ଟନ ଓ ତା’ର ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଲୁଟେରାଙ୍କ ଠାରୁ ଗୋଟିଏ ଏଲ୍‌ଇଡି ଟିଭି, ସୁନା କାନଫୁଲ ଓ ଲକେଟ୍ ଏବଂ ୨ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ, ନୂଆପଲ୍ଲୀ ମୁଣ୍ଡାସାହିର ପିଣ୍ଟନ ନାୟକ(୨୨), ମଣ୍ଟୁ ନାୟକ(୨୫) ଓ ସାବନ ନାୟକ(୨୬)। ଗତ ଅଗଷ୍ଟ ୧୮ତାରିଖରେ ଲୁଟେରା ପିଣ୍ଟନ ଗ୍ୟାଙ୍ଗ୍ ଡେଲ୍‌ଟାସ୍ଥିତ ସୋନାଲି ଶୁଭଦର୍ଶିନୀଙ୍କ କ୍ବାର୍ଟର୍ସ ନଂ ଭି-୩ରୁ ଲୁଟ୍‌ପାଟ୍ କରିଥିଲେ। ଏନେଇ ଥାନାରେ ସୋନାଲି ଥାନାରେ ଅଭିଯୋଗ କରିଥିଲେ। ତେବେ ଚୋର ଧରାପଡ଼ିବେ କ’ଣ; ଏହାର ଠିକ୍ ୧୦ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୯ରେ ପୁଣି ସୋନାଲିଙ୍କ ଘରେ କେହି ନଥିବା ସୁଯୋଗରେ ଛାତ ଉପର ଦେଇ ଏହି ଗ୍ୟାଙ୍ଗ୍ ତାଙ୍କ ଝରକା ତାଡ଼ି ଘରେ ପଶିଥିଲେ। ଘରେ ସୁନାଗହଣା ସମେତ ସିସିଟିଭି ହାର୍ଡଡିସ୍କ, ଦାମୀ ଘଣ୍ଟା ଆଦି ଲୁଟି ନେଇଥିଲେ।

କେମିତି ଲୁଟୁଥିଲେ ପିଣ୍ଟନ ଗ୍ୟାଙ୍ଗ୍?
ସାଲିଆସାହି ନୀଳଚକ୍ରନଗରର ପିଣ୍ଟନ ଓ ତା’ର ସହଯୋଗୀମ‌ାନେ ଦିନରେ ବୁଲି ବୁଲି ବିଭିନ୍ନ ବନ୍ଦ ଘର ଠାବ କରୁଥିଲେ। କେତେବେଳେ ବିଏମ୍‌ସି ସଫେଇ କର୍ମଚାରୀ ତ’ ଆଉ କେତେବେଳେ ଅଟୋ ଚାଳକ ବେଶରେ ଘୂରି ବୁଲୁଥିଲେ। ଦିନରେ ଘର ରେକି କରିବା ପରେ ସମୟ ସୁବିଧା ଦେଖି ରାତିରେ ଘରର ଗ୍ରିଲ୍ ଓ କବାଟ ତାଡ଼ି ଲୁଟ୍‌ପାଟ୍ କରୁଥିଲେ ବୋଲି ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe