ନିଶା କାରବାର, ଅସାମାଜିକଙ୍କ ଉପରେ ନଜର

କମିସନରେଟ୍‌ ପୁଲିସର ପୌର ନିର୍ବାଚନ ମୁକାବିଲା ପ୍ରସ୍ତୁତି ବୈଠକ

ନିଶା କାରବାର, ଅସାମାଜିକଙ୍କ ଉପରେ ନଜର

ଭୁବନେଶ୍ବର: ନିଶା ବେପାରୀ ଓ ନିଶାଡ଼ିଙ୍କୁ ନିସ୍ତାର ମିଳିବ ନାହିଁ। ପୌର ନିର୍ବାଚନ ପାଇଁ କଡ଼ା ଆଭିମୁଖ୍ୟ ନେଇଛି କମିସନରେଟ୍‌ ପୁଲିସ। ସେହିପରି ଅସାମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଖଟିରେ ଜୋରଦାର ଚଢ଼ଉ ଚାଲୁ ରହିବ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ପାଟ୍ରୋଲିଂ କଡ଼ାକଡ଼ି ସହ ଅସାମାଜିକ, ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୁଲିସ କମିସନର। ବସ୍ତି ଅଞ୍ଚଳ ପୁଲିସର ଫୋକସ୍‌ରେ ରହିବ। ପୌର ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରୁଛି। ଉଭୟ ପାଦଚଲା ଏବଂ ବାଇକ୍‌ ପାଟ୍ରୋଲିଂ କରାଯାଉଛି। ବିଶେଷକରି ଖଟି ଓ ମଦୁଆଙ୍କ ଆଡ଼ା ଉପରେ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଜିରି ବୈଠକରେ ଅତିରିକ୍ତ ପୁଲିସ କମିସନର, ଡିସିପି, ସବୁ ଥାନାର ଆଇଆଇସି, ଜୋନ୍ ଏସିପି, ଅତିରିକ୍ତ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe