ବରିଷ୍ଠ ନାଗରିକଙ୍କ ଘରୁ ଚୋରି

Advertisment

ଆଜ୍‌ବେଷ୍ଟେସ୍‌ ଭାଙ୍ଗି ଦୋକାନରୁ ଲୁଟ୍‌, ଆକ୍ରମଣ କରି କାର୍‌ ଛଡ଼ାଇନେଲେ

ଆଜ୍‌ବେଷ୍ଟେସ୍‌ ଭାଙ୍ଗି ଦୋକାନରୁ ଲୁଟ୍‌, ଆକ୍ରମଣ କରି କାର୍‌ ଛଡ଼ାଇନେଲେ

ଦିନ ଦି’ପହରେ ଘରେ କଳାକନା ବୁଲାଇଲେ : ଗ୍ରିଲ୍‌ ତାଲା କାଟି ୮ଲକ୍ଷର ଗହଣା ଲୁଟ୍‌

Magnificent Bihar

ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତିରେ ତମାଣ୍ଡୋ ବାଲୁଙ୍କେଶ୍ବର ବିହାରରୁ ଜଣେ ବରିଷ୍ଠ ନାଗରିକଙ୍କ ଘରୁ ଚୋରି ହୋଇଛି। ଚୋରିର ଶିକାର ହୋଇଥିବା ବ୍ୟକ୍ତି ହେଲେ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମଚନ୍ଦ୍ର ବାରିକ(୭୫)। ଦୁର୍ବୃତ୍ତମାନେ ଝରକା ତାଡ଼ି ତାଙ୍କ ଘରେ ପଶିବା ପରେ ଆଲ୍‌ମିରା ଭାଙ୍ଗି ସୁନା ଗହଣା(ପ୍ରାୟ ୩୦ ଗ୍ରାମ୍‌ ଓଜନର ଚୁଡ଼ି, କିଛି ରୂପା ଗହଣା) ଓ ନଗଦ ପ୍ରାୟ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଗୋଟିଏ ରୁମ୍‌ରୁ ଚୋରି କରି ଅନ୍ୟ ରୁମ୍‌କୁ ଯିବା ପୂର୍ବରୁ ଶ୍ରୀ ବାରିକ ଉଠି ପଡ଼ିବାରୁ ଦୁର୍ବୃତ୍ତମାନେ ଏକ ଲୁହା ରଡ୍‌ରେ ତାଙ୍କ ପିଠିକୁ ପିଟି ଦେବା ସହ ଫେରାର୍ ହୋଇଯାଇଥିଲେ। ଅଭିଯୋଗ ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ପୁଅବୋହୂ ଅନ୍ୟ ଏକ ଘରେ ଶୋଇଥିବା ବେଳେ ଶ୍ରୀ ବାରିକ ଓ ତାଙ୍କ ସ୍ତ୍ରୀ ରୋଷେଇଘରକୁ ଲାଗି ରହିଥିବା ଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ କିଛି ଶବ୍ଦରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା। ଉଠି ପଡ଼ି ସେ ଦେଖିଲେ ୨ଜଣ ଦୁର୍ବୃତ୍ତ ତାଙ୍କ ରୁମ୍‌ରୁ ବାହାରି ଯାଉଛନ୍ତି। ସେ ଚୋର ଚୋର ବୋଲି ପାଟି କଲା ବେଳେ ଲୁହା ରଡ୍‌ ଧରିଥିବା ଜଣେ ଦୁର୍ବୃତ୍ତ ତାଙ୍କ ପିଠିକୁ ଜୋର୍‌ରେ ଏକ ପାହାର ପକାଇଥିଲା। ସେଇ ପାହାରରେ ଶ୍ରୀ ବାରିକ ତଳେ ବସି ପଡ଼ିଥିଲେ ଓ ଆଉ ପାଟି କରି ପାରିନଥିଲେ। ଏହି ମୌକାରେ ଦୁର୍ବୃତ୍ତଦ୍ବୟ ରୋଷେଇ ଘର ଭିତରେ ପଶି ତଡ଼ା ହୋଇଥିବା ଝରକା ବାଟେ ଡେଇଁ ପଳାଇଥିଲେ। ପରେ ପୁଅ-ବୋହୂ ଉଠି ଆସିବା ପରେ ଦୁର୍ବୃତ୍ତମାନଙ୍କ କାଣ୍ଡ ଜଣାପଡ଼ିଥିଲା। ସୌଭାଗ୍ୟକୁ ସେମାନେ ପୁଅବୋହୂଙ୍କ ଶୋଇବା ଘରକୁ ଟାର୍ଗେଟ୍‌ କରିବା ପୂର୍ବରୁ ଶ୍ରୀ ବାରିକଙ୍କ ନିଦ ଭାଙ୍ଗି ଯାଇଥିଲା।

ଆଜ୍‌ବେଷ୍ଟେସ୍‌ ଭାଙ୍ଗି ଦୋକାନରୁ ଲୁଟ୍‌

ପୁରୁଣା ଭୁବନେଶ୍ବର : ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଥିବା ଶ୍ରୀଧର ପଣ୍ଡାଙ୍କ ଭେରାଇଟି ଷ୍ଟୋର୍‌ରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଲୁଟେରାମାନେ ଦୋକାନର ଆଜ୍‌ବେଷ୍ଟେସ୍‌ ତାଡ଼ି ପ୍ରାୟ ୩୦ ହଜାର ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ସହିନଗର ଥାନା ପୁଲିସ ସିସଟିଭିର ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଛି।

ଆକ୍ରମଣ କରି କାର୍‌ ଛଡ଼ାଇନେଲେ

ଭୁବନେଶ୍ବର : ପୋଖରୀପୁଟ ରାସ୍ତା ନିକଟରୁ ଆଜି ବିଳମ୍ବିତ ରାତିରେ ଏକ କାର୍‌ ଲୁଟ୍‌ ହୋଇଥିବା ନେଇ ଏୟାରଫିଲଡ୍‌ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ହେଲେ, ସିଦ୍ଧାର୍ଥ କର। ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ନିଜ କାର୍‌ରେ ଘରକୁ ଫେରୁଥିବା ବେଳେ ପୋଖରୀପୁଟ ନିକଟରେ ୩ଟି ବାଇକ୍‌ରେ ୯ଜଣ ଦୁର୍ବୃତ୍ତ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସି କାର୍‌କୁ ଅଟକାଇଥିଲେ। କାର୍‌ ଅଟକିବା କ୍ଷଣି ଦୁର୍ବୃତ୍ତମାନେ କାର୍‌ ଡୋର ଖୋଲି ସିଦ୍ଧାର୍ଥଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସିଦ୍ଧାର୍ଥ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ କାର୍‌ ନେଇ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସିଦ୍ଧାର୍ଥଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe