ଘରେ ପଶି ସୁନା ଓ ନଗଦ ଟଙ୍କା ଲୁଟି ନେଲେ ଚୋର: ଚିନ୍ତାରେ ଚାଷୀ

Advertisment
ଘରେ ପଶି ସୁନା ଓ ନଗଦ ଟଙ୍କା ଲୁଟି ନେଲେ ଚୋର: ଚିନ୍ତାରେ ଚାଷୀ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ରଏଡ଼ ଦେଉଳି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଛି। ଆନନ୍ଦ ବିଶ୍ୱାଳଙ୍କ ଘର ଲୁହା ଆଲମିରା ଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଆନନ୍ଦଙ୍କ ପରିବାର ଖାଇ ସାରି ଶୋଇଥିଲେ। ଲାଇନ କଟିଯିବାରୁ ପରିବାର ଲୋକେ ଅନ୍ୟ ଏକ ଘରକୁ ଚାଲିଯାଇଥିଲେ।

publive-image

ବିଳମ୍ବିତ ରାତିରେ ଚୋର ବାଡ଼ି କବାଟ ଭାଙ୍ଗି ଘରେ ପଶିଥିଲେ। ଘରେ ଥିବା ଲୁହା ଆଲମିରାକୁ ଭାଙ୍ଗି ସେଥିରେ ଥିବା ସୁନା ହାର ୧ , ୨ ହଳ ବାହୁଟି , ୬ ଟି ସୁନା ମୁଦି, ୨ ହଳ କାନ ପେଣ୍ଡି ଫୁଲ ଓ କାନ ଫୁଲ ହଳେ , ୨ ହଳ ରୁପା ପାଉଁଜି , ନଗଦ ୩୦ ହଜାର ଟଙ୍କା ଏବଂ ବ୍ୟାଙ୍କ ପାସବୁକ ଚୋର ନେଇଯାଇଛନ୍ତି।

ପରିବାର ଲୋକେ ଉଠି ଜାଣିବା ପରେ ଆଖପାଖରେ ଖୋଜିଥିଲେ। ଚୋରମାନେ ଅଳଙ୍କାରଗୁଡ଼ିକୁ ନେଇ ଖୋଳଗୁଡ଼ିକ ବାଡ଼ି ପଟ ଲାଟିନ ପାଖରେ ପକାଇ ଚାଲି ଯାଇଛନ୍ତି। ଲୁଟ ହୋଇଥିବା ଅଳଙ୍କାରର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆନନ୍ଦ ଖରିଫ ଧାନ ଚାଷ ପାଇଁ ଟଙ୍କା ରଖିଥିଲେ। ଚୋର ନେଇଯିବା ପରେ ସେ ଏବେ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe