ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ୍: ଚା’ରେ ନିଶା ଦେଇ ଯୁବକଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନା

Advertisment
ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ୍: ଚା’ରେ ନିଶା ଦେଇ ଯୁବକଙ୍କଠାରୁ ଲୁଟିନେଲେ ଟଙ୍କା ଓ ସୁନା

ଭୁବନେଶ୍ବର: ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ୍ ହୋଇଥିବାର ଖବର ମିଳିଛି। ଚା’ରେ ନିଶା ଦେଇ ଦୁର୍ବୃତ୍ତ ଜଣେ ଯୁବକଙ୍କଠାରୁ ଟଙ୍କା ସହ ସୁନା ମୁଦି ଲୁଟି ନେଇଛନ୍ତି। ଲୁଟ୍ କରିବା ପରେ ଯୁବକଙ୍କୁ ଭରତପୁର ଜଙ୍ଗଲରେ ଫୋପାଡ଼ି ଦେଇଥିଲେ ଦୁର୍ବୃତ୍ତ।
ପ୍ରାପ୍ତ ସୂଚନା ଅନୁସାରେ ଗଙ୍ଗାଧର ସାହୁ ନାମକ ଜଣେ ବ୍ୟକ୍ତି ବ୍ରହ୍ମପୁରରୁ ବସରେ ଭୁବନେଶ୍ୱର ଆସିଥିଲେ। ବସରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା।
ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେହି ବ୍ୟକ୍ତି ଜଣଙ୍କ ଗଙ୍ଗାଧରଙ୍କୁ ଚା’ ପିଇବାକୁ ଦେଇଥିଲେ। ଏହା ପରେ ଲୁଟ କରିଥିବା ବ୍ୟକ୍ତିଜଣଙ୍କ ଓଲା ବୁକ୍ କରି ଗଙ୍ଗାଧରଙ୍କୁ କହିଥିଲେ ସେ ସତ୍ୟନଗର ଯିବେ, ଆସନ୍ତୁ ଛାଡ଼ିଦେବେ। ଓଲାରେ ବସିବା ପରେ ଗଙ୍ଗାଧର ବେହୋସ ହୋଇ ଯାଇଥିଲେ। ଆଉ ତାଙ୍କ ହୋସ ଆସିବା ପରେ ସେ ଭରତପୁର ଜଙ୍ଗଲରେ ନିଜକୁ ପାଇଥିଲେ। ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ପାଖରୁ ସୁନା ଚେନ, ମୁଦି ସହ ଟଙ୍କା ଲୁଟ୍ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe