ମାରଣାସ୍ତ୍ର ଦେଖାଇ ଢାବା ମାଲିକଙ୍କୁ ଲୁଟ୍

Advertisment

୧୨ହଜାର ଟଙ୍କା, ୩ ସୁନା ମୁଦି, ଚେନ୍, ମୋବାଇଲ୍ ଲୁଟ୍

୧୨ହଜାର ଟଙ୍କା, ୩ ସୁନା ମୁଦି, ଚେନ୍, ମୋବାଇଲ୍ ଲୁଟ୍

ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତିରେ ପାତ୍ରପଡ଼ାସ୍ଥିତ ଆନ୍ଧ୍ର ବ୍ୟାଙ୍କ୍ ସମ୍ମୁଖରୁ ଜଣେ ଢାବା ମାଲିକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ। ଏନେଇ ଢାବା ମାଲିକ ପ୍ରଶାନ୍ତ ଖୁଣ୍ଟିଆ ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ପ୍ରଶାନ୍ତଙ୍କର ତମାଣ୍ଡୋ ରାଜପଥ ପାର୍ଶ୍ବରେ ଏକ ଢାବା ଅଛି। ଗତରାତିରେ ସେ ଢାବା ବନ୍ଦ କରି ରାତି ପ୍ରାୟ ୨ଟା ବେଳେ ପାତ୍ରପଡ଼ାସ୍ଥିତ ଘରକୁ ଫେରୁଥିଲେ। ପୁରୁଣା ଆନ୍ଧ୍ର ବ୍ୟାଙ୍କ୍‌ ନିକଟରେ ୨ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଦ୍ବୟ ଏକ ଖଣ୍ଡା ଓ ଭୁଜାଲି ତାଙ୍କ ବେକରେ ଲଗାଇ ପାଖରେ ଯାହା ଅଛି, ଦେଇଦେବାକୁ କହିଥିଲେ। ଭୟଭୀତ ହୋଇ ପ୍ରଶାନ୍ତ ଢାବାରୁ ରୋଜଗାର ହୋଇଥିବା ୧୨ହଜାର ଟଙ୍କା ସମେତ ୩ଟି ସୁନା ମୁଦି, ସୁନା ଚେନ୍, ୨ଟି କାନ ନୋଳି ଓ ମୋବାଇଲ୍ ଦେଇ ଦେଇଥିଲେ। ଆଜି ସକାଳୁ ପ୍ରଶାନ୍ତ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe