ମହଙ୍ଗା ପଡ଼ିଲା ଚା‌ବି ଛାଡ଼ି ମର୍ଣ୍ଣିଂୱାକ୍‌ ଯିବା, ଜୋତାଷ୍ଟାଣ୍ଡ୍‌ରୁ ଚାବି ନେଇ ଘରେ ପଶିଲା ଚୋର

Advertisment
ନିଶାଡ଼ି ଜ୍ବାଇଁର କାରନାମା, ମଳାଶୁରଙ୍କ ଘରେ କଳାକନା ବୁଲାଇଲା

The Indian Express

ଭୁବନେଶ୍ବର : ମର୍ଣ୍ଣିଂୱାକ୍‌ ପାଇଁ ଘରୁ ବାହାରିଲେ। ଘରର ମୁଖ୍ୟ କବାଟରେ ତାଲା ପକାଇଲେ। କିନ୍ତୁ ଚାବିକୁ ସାଙ୍ଗରେ ନ ନେଇ ଜୋତା ଷ୍ଟାଣ୍ଡରେ ଲୁଚାଇ ରଖିଦେଲେ। ତେବେ ଚୋର ସେଠି ନିକଟରେ ଛକି ରହିଥିଲା ବୋଲି ସେ ଜାଣିପାରିନଥିଲେ। ତେଣୁ କିଛି ସମୟ ପରେ ଚୋର ଜେତାଷ୍ଟାଣ୍ଡରୁ ଚାବି ନେଲା, ତାଲା ଖୋଲିଲା ଓ ଘର ଭିତରେ ପଶି ଆଲ୍‌ମିରାରୁ ୬୫ ହଜାର ଟଙ୍କା ଧରି ଛୁ’ ମାରିଲା। ଆଜି ଏଭଳି ଏକ ଘଟଣା ତମାଣ୍ଡୋ ଥାନା କଳିଙ୍ଗବିହାର ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘର ଚାବି ସାଙ୍ଗରେ ନ ନେଇ ମର୍ଣ୍ଣିଂୱାକ୍‌କୁ ଯିବା ମହଙ୍ଗା ପଡ଼ିଲା ବୋଲି ଆଲୋଚନା ହେଉଛି।

ଘଟଣାଟି ଥିଲା ଏମିତି। କଳିଙ୍ଗବିହାର କେ-୪ସ୍ଥିତ ୧୦୪୯ନଂ ପ୍ଲଟରେ ରୁହନ୍ତି ସୌମ୍ୟରଞ୍ଜନ ଜେନା। ପ୍ରତିଦିନ ଭଳି ଶୁକ୍ରବାର ସକାଳୁ ସକାଳୁ ସେ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। କବାଟ ଚାବି ପକାଇ ଘର ଅଗଣାରେ ଥିବା ଜୋତା ଷ୍ଟାଣ୍ଡରେ ଚାବିକୁ ଲୁଚାଇ ଚାଲିଗଲେ। ପ୍ରାୟ ଘଣ୍ଟାଏ ପରେ ସେ ଫେରିବା ବେଳକୁ କବାଟ ଖୋଲା ଥିବା ଦେଖିଥିଲେ। ତରବର ହୋଇ ସେ ଜୋତା ଷ୍ଟାଣ୍ଡ ଦରାଣ୍ଡିବା ବେଳକୁ ଚାବି ନଥିଲା। ସେ ଘର ଭିତରକୁ ପଶି ଦେଖନ୍ତି ତ ଆଲମିରା ବି ଖୋଲା ପଡ଼ିଛି। ଏହା ପରେ ସେ ଜାଣିଲେ ଯେ କେହି ଦୁର୍ବୃତ୍ତ ୬୫ହଜାର ଟଙ୍କା ଲୁଟି ନେଇଛି। ସେ ବାହାରକୁ ଆସି ପଡ଼ୋଶୀଙ୍କୁ ପଚାରିବା ପରେ ଚୋରର ଆଉ ଏକ କାଣ୍ଡ ଜଣାପଡ଼ିଥିଲା। ଚୋରଟି ସୌମ୍ୟଙ୍କ ଘରେ ପଶିବା ପୂର୍ବରୁ ପଡ଼ୋଶୀଙ୍କ ଘରର କବାଟକୁ ବାହାରୁ କିଳି ଦେଇଥିଲା। ତେବେ ପଡ଼ୋଶୀ ଜଣକ ଅନ୍ୟ ଜଣକୁ ଡାକି କବାଟ ଖୋଲାଇଥିଲେ। କିନ୍ତୁ କିଏ ଏଭଳି କରିଛି ବୋଲି ସେ ବୁଝିପାରିନଥିଲେ। ସୌମ୍ୟ ଚୋରି ବାବଦରେ କହିବା ପରେ ଏହା ଚୋରର କାଣ୍ଡ ବୋଲି ଜଣାପଡ଼ିଥିଲା। ଅଭିଯୋଗ ପାଇବା ପରେ ତମାଣ୍ଡୋ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe