ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଲୁଟେରା: ଟାର୍ଗେଟରେ ଦୋକାନ, ସୁନା ଦୋକାନରୁ ନେଇଗଲେ ୧୨ ଲକ୍ଷ ଟଙ୍କାର ଅଳଙ୍କାର

Advertisment
ଘର ଆଗରୁ ୧ ଲକ୍ଷ ଟଙ୍କା ଝାମ୍ପିନେଲେ

ଭୁବନେଶ୍ବର : ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଦୁଇଜଣିଆ ଲୁଟେରା ଗ୍ୟାଙ୍ଗ। ଦୋକାନକୁ ଟାର୍ଗେଟ୍ କରୁଥିବା ବେଳେ ସୁଯୋଗ ଉଣ୍ଡି ଲୁଟପାଟ୍ କରୁଛନ୍ତି। ଆଖି ପିଛୁଳାକେ ଲୁଟ୍ କରି ଫେରାର୍‌ ହୋଇଯାଉଛନ୍ତି।

ଲକ୍ଷ୍ମୀସାଗର ପାଣିଟାଙ୍କି ନିକଟରେ ଏକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି ଏହି ଗ୍ୟାଙ୍ଗ୍। ଲୁଟର ଶିକାର ହୋଇଛନ୍ତି ସୁନା ଦୋକାନୀ ବସନ୍ତ କୁମାର ଆଚାରି। ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇ ପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ସବୁଦିନ ଭଳି ବସନ୍ତ ତିନିଦିନ ତଳେ ସକାଳ ପ୍ରାୟ ୮ଟାରେ ଦୋକାନ ଖୋଲିଥିଲେ। ୧୫ କେଜି ରୁପା, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ବ୍ୟାଗ୍ ଦୋକାନରେ ରଖି କବାଟ ଦେଇଥିଲେ। ଠାକୁର ପୂଜା ପାଇଁ ନିକଟସ୍ଥ ପାଇପରୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଏକ ଏଫଜେଡ୍ ବାଇକରେ ଆସିଥିଲେ। ଜଣେ ବାଇକରେ ବସିଥିବା ବେଳେ ଅନ୍ୟ ଜଣେ ଦୋକାନ କବାଟ ଖୋଲି ଅଳଙ୍କାର ବ୍ୟାଗ୍ ଧରି ପଳାଇଥିଲା। ବାଇକରେ ବସି ଉଭୟ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ପାଟି କରିବା ସହ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୁଟେରା ଜେଲ୍ ରୋଡ଼୍ ଦେଇ ଫେରାର ହୋଇ ଯାଇଥିଲେ। ଲୁଟ୍ ସୁନା ଅଳଙ୍କାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe