ରାଜଧାନୀରେ ବନ୍ଧୁକ ମୁନରେ ଲୁଟ୍: ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ମୋବାଇଲ୍ ଓ ଟଙ୍କା ଲୁଟିନେଲେ ତିନି ଦୁର୍ବୃତ୍ତ

ଯାଜପୁର: ୫ ଲକ୍ଷ ଲୁଟ୍ ଉଦ୍ୟମ, ୨ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ

.jagran.com

ଭୁବନେଶ୍ବର: ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତିନିଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ସିବିଆଇ ଅଫିସ ନିକଟ ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଅଫିସ ଆଗରେ ବାଇକ ଯୋଗେ ଆସି ବନ୍ଧୁକ ଦେଖାଇ ତିନି ଦୁର୍ବୃତ୍ତ ଲୁଟ୍‌ କରିଥିଲେ। ସେମାନେ ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଓ ମନିପର୍ସରେ ଥିବା ୫ହଜାର ଟଙ୍କା ,ଆଧାର କାର୍ଡ, କ୍ରେଡିଟ କାର୍ଡ଼, ପ୍ୟାନ କାର୍ଡ଼ ଆଦି ବି ଲୁଟି ନେଇଥିଲେ। ଏପରିକି ତାଙ୍କଠାରୁ ବାଇକ ଚାବି ବି ଛଡ଼ାଇ ନେଇଥିଲେ ଲୁଟେରା।

ଏନେଇ ଗଣମାଧ୍ୟମ ପ୍ରତିନିଧିଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୟାପଲ୍ଲୀ ଥାନା ପୁଲିସ ଘଟଣାର ଛାନଭିନ କରୁଛି। ଗତକାଲି ରାତିରେ ଅଫିସରୁ ଘରକୁ ଫେରୁଥିବା ବେଳେ ରାତି ପାଖାପାଖି ଗୋଟେରେ ଏଭଳି ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe