ଜିନିଷ ନ ଦେବାରୁ ଦୋକାନରେ ପଶି ଗଣ୍ଡଗୋଳ ଓ ଲୁଟ୍

Advertisment
ମହିଳାଙ୍କ ସ୍କୁଟିରୁ ଲୁଟିଲା ନିଶାଡ଼ି, ନାଟକୀୟ ଢଙ୍ଗରେ ଛୁ’ ମାରିଲା

The Kathmandu Post

ଚନ୍ଦ୍ରଶେଖରପୁର : ତେଜରାତି ସାମଗ୍ରୀ ଦେବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ଼ ମାରିବା ସହ ବଳପୂର୍ବକ ଦୋକାନ ଭିତରେ ପଶି ଜଣେ ଦୁର୍ବୃତ୍ତ ଜିନିଷପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଲୁଟ୍‌ କରିଛି। ଏ ସଂପର୍କରେ ବ୍ୟବସାୟୀଜଣଙ୍କ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଦୋକାନ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ ବାତ୍ୟା ପବନ ଯୋଗୁଁ କାଳେ ତାଙ୍କ ଦୋକାନ କ୍ଷତି ହୋଇଥିବ ଭାବି ଗୁରୁବାର ସକାଳେ ସେ ଦୋକାନ ନିକଟକୁ ଆସିଥି‌ଲେ। ପଲିଥିନ୍ ପକାଇ ଛପର ମରାମତି କରୁଥିଲା ବେଳେ ଜଣେ ଯୁବକ ତାଙ୍କୁ କିଛି ଜିନିଷ ମାଗିଥିଲେ। କିନ୍ତୁ ବାରଣ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ ଯୁବକଜଣଙ୍କ ଦୋକାନୀଙ୍କୁ ମାଡ଼ ମାରି ତାଙ୍କ ଦୋକାନ ଭିତରୁ ବଳପୂର୍ବକ ବହୁ ତେଜରାତି ସାମଗ୍ରୀ ଲୁଟି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe