କବାଟ ଭାଙ୍ଗି ଗୋଦାମ ଘରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍

Advertisment
ଚଣ୍ଡିଖୋଲ : ଡିକି ଭାଙ୍ଗି ସୁନାଅଳଙ୍କାର ଲୁଟ୍‌

VectorStock

ପୁରୁଣା ଭୁବନେଶ୍ବର : କବାଟ ଭାଙ୍ଗି ଗୋଦାମ ଘରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଗୁରୁବାର ରାତିରେ ଏୟାରପୋର୍ଟ ଥାନା ଅଧୀନ ପଳାସପଲ୍ଲୀ ଅଞ୍ଚଳରେ ଥିବା ଏକ ଇଲେକ୍‌ଟ୍ରିକ୍ ବଲ୍‌ବ କମ୍ପାନିର ଗୋଦାମରୁ ଏହି ଲୁଟ୍‌ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପଳାସପଲ୍ଲୀରେ ଥିବା ଶ୍ରୀରାମ ଟେଡର୍ସ ନାମକ ଏକ ଇଲେକ୍‌ଟ୍ରିକ୍ ସାମଗ୍ରୀର ଗୋଦମ ରହିଛି। ଗତକାଲି ରାତିରେ ଦୁଇ ଜଣ ଦୁର୍ବୃତ୍ତ ଗୋଦାମର କବାଟ ତାଡ଼ି ଗୋଦାମ ଘରେ ପଶିଥିଲେ। ସେମାନେ ଗୋଦାମର କାର୍ଯ୍ୟାଳୟ ଭିତରେ ପଶି କ୍ୟାସ୍‌ ବକ୍ସକୁ ଭାଙ୍ଗି ସେଥିରେ ଥିବା ଦେଢ଼ ଲକ୍ଷ ଟଙ୍କାକୁ ଲୁଟି ନେଇଥିଲେ। ଏ ନେଇ ଆଜି କମ୍ପାନିର ମାଲିକ ରମେଶ ଚନ୍ଦ୍ର ଦାସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌କୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe