ଦେବୀ ସତ୍ୟଭାମାଙ୍କ ମନ୍ଦିରରୁ ଚୋରି : ମୁକୁଟ, ହାର, ଖଡ଼ୁ ଖୋଲିନେଲେ

Advertisment
ଖାଲାସାହିରୁ ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

Ilam Times

ବାଲିଅନ୍ତା : ଗତ କିଛି ଦିନ ଭିତରେ ବାଲିଅନ୍ତା‌ ଥାନା ଅଞ୍ଚଳରୁ ୫ଟି ପ୍ରାଚୀନ ମନ୍ଦିରରୁ ୩୯ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏଯାଏ ପୁଲିସ ଚୋରମାନଙ୍କ ଟେର୍‌ ପାଇନାହିଁ। ଏବେ ପୁଣି ଏକ ମନ୍ଦିରରୁ ଚୋରି ହୋଇଛି। ସତ୍ୟଭାମାପୁରର ଆରାଧ୍ୟ ଗ୍ରାମଦେବତୀ ମା’ ସତ୍ୟଭାମାଙ୍କ ମନ୍ଦିରରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ମା’ଙ୍କ ଦେହରୁ ସବୁ ଅଳଙ୍କାର ଖୋଲି ନେଇଛନ୍ତି।

ଚୋରି ହୋଇଥିବା ଅଳଙ୍କାର ମଧ୍ୟରେ ରହିଛି ପ୍ରାୟ ୨୫୦ ଗ୍ରାମ୍‌ ଓଜନର ରୁପା ମୁକୁଟ, ୨ ଶହ ଗ୍ରାମ୍‌ର ଦୁଇଟି ରୁପା ଖଡ଼ୁ ଓ ମା’ଙ୍କ ଗଳାରେ ଥିବା ୧୦ ଭରି ଓଜନର ରୁପା ହାର। ଚୋରି ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସେହିପରି ମନ୍ଦିରରେ ଥିବା ପିତ୍ତଳ କଂସାବାସନ, ଘଣ୍ଟ, ଘଣ୍ଟି, ବାଲ୍‌ତି ଓ ଅନ୍ୟାନ୍ୟ ପୂଜା ଉପକରଣ ସବୁ ନେଇଯାଇଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe