Hari Bhoomi
ଭୁବନେଶ୍ୱର : ରବିବାର ଅପରାହ୍ଣରେ ଖଣ୍ଡଗିରି ତପୋବନ ସ୍କୁଲ ନିକଟରେ ଜଣେ ବାଇକ୍ ଚାଳକ ରାହାଜାନିର ଶିକାର ହୋଇଛନ୍ତି। ବାଇକ୍ରେ ଯାଉଥିବା ବେଳେ ଦୁଇଜଣ ଲୁଟେରା ପଛପଟୁ ଆସି ତାଙ୍କୁ ଅଟକାଇବା ସହ ମାଡ଼ ମାରି ପର୍ସ ଓ ମୋବାଇଲ ଝାମ୍ପି ନେଇଥିଲେ। ଲୁଟ୍ର ଶିକାର ଯୁବକ ହେଲେ, ମୁକ୍ତିକାନ୍ତ ପ୍ରଧାନ। ପର୍ସରେ ୨ହଜାର ଟଙ୍କା ଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ଥାନାର ରାହାଜାନି ସ୍ପେସାଲ ସ୍କ୍ୱାଡ୍ ତଦନ୍ତ ଆରମ୍ଭ କରିଛି।
କାରରେ ମଦ ଚାଲାଣ, ଦୁଇ ଗିରଫ
ଭୁବନେଶ୍ୱର : କାର୍ରେ ମଦ ଚାଲାଣ ହେଉଥିବା ବେଳେ ତମାଣ୍ଡୋ ଥାନା ପୁଲିସ ହୁଣ୍ଡାଇ ସୋ’ରୁମ୍ ସାମ୍ନା ଜାତୀୟ ରାଜପଥରେ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିବା ସହ କାର୍ ଓ ୫୦ ହଜାର ଟଙ୍କାର ବିଦେଶୀ ମଦ ଜବତ କରିଛି। ଅଭିଯୁକ୍ତଦ୍ବୟ ହେଲେ, ନୂଆପୁଟ ଗ୍ରାମର ଅଲେଖ ସାହୁ ଓ ଧନେଶ୍ୱର ବଳିୟାରସିଂ। ସେମାନଙ୍କଠାରୁ ୩୧ ପେଟି ବିଅର, କ୍ୟାନ୍ ବିୟର, ୫ ପେଟି ମଦ ଜବତ ହୋଇଛି। ହୋଲିରେ ମଦର କଳାବଜାର ପାଇଁ ଏହି ସବୁ ମଦ ଚାଲାଣ ହେଉଥିବା ପୁଲିସ୍ କହିଛି।
Follow Us