ଗେଟ୍‌, ଝରକା ତାଡ଼ି ଲୁଟିଲେ, ସନ୍ଧାନୀ କୁକୁର ନେଇ ଶାବଳ ଜବତ କଲା ପୁଲିସ

Advertisment
ଗେଟ୍‌, ଝରକା ତାଡ଼ି ଲୁଟିଲେ, ସନ୍ଧାନୀ କୁକୁର ନେଇ ଶାବଳ ଜବତ କଲା ପୁଲିସ

Times of India

ଭୁବନେଶ୍ୱର : ମଞ୍ଚେଶ୍ବର ପ୍ରାଚୀ ବିହାର ଅଞ୍ଚଳରେ ଥିବା ବ୍ୟାଙ୍କର୍ସ ଏନ୍‌କ୍ଲେଭ୍‌ରୁ ବଡ଼ ଧରଣର ଲୁଟ୍‌ ହୋଇଛି। ଗେଟ୍‌ ଓ ଝରକା ଭାଙ୍ଗି ଦୁର୍ବୃତ୍ତମାନେ ସରୋଜ କୁମାର ପଣ୍ଡାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଶାବରେ ଲୁହା ଗେଟ୍‌ ତାଡ଼ି ନଗଦ ଟଙ୍କା ସହ ସୁନା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଜିନିଷ ଚୋରାଇ ନେଇଛନ୍ତି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳ ଅନୁଧ୍ୟାନ କରିଛି। ଘଟଣାସ୍ଥଳରୁ ଶାବଳ ସହ ଲୁହା ଛଡ଼ ମଧ୍ୟ ଜବତ କରିଛି। ଆଖପାଖରେ ଥିବା ସିସିଟିଭି ପୁଟେଜ୍‌ ମଧ୍ୟ ସଂଗ୍ରହ କରିଛି। ଅନ୍ୟପଟେ ପ୍ରାଚୀ ବିହାର ଏକ ରେସିଡେନ୍‌ସିଆଲ ଏରିଆ ହୋଇଥିବାରୁ ଏଠାରେ ହଜାର ହଜାର ଲୋକ ବାସ କରୁଛନ୍ତି। ରାତି ଅଧରେ ଏଭଳି ଏକ ଚୋରିକୁ ନେଇ ଅନ୍ୟମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଏଥି ପାଇଁ ସେମାନେ ପୁଲିସର ଦୁର୍ବଳ ପାଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରିଛନ୍ତି।

ସୂଚନା ମୁତାବକ, ସରୋଜ ଏଠାରେ ପରିବାର ସହିତ ରୁହନ୍ତି। ରବିବାର ଦିନ ସେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଧରି ନିଜ ଗାଁ ବାଙ୍କୀକୁ ଯାଇଥିଲେ। ଆଜି ଫେରିବା ପରେ ଗ୍ରିଲ ଓ କବାଟ ଭଙ୍ଗ‌ା ଥିବା ଦେଖିଥିଲେ। ଘର ଭିତରେ ଆଲମାରି ଭଙ୍ଗାଯାଇ ୧ ଲକ୍ଷ ୫୭ ହଜାର ନଗଦ ଟଙ୍କା ସମେତ କାନଫୁଲ ଓ ମୁଦି ଚୋରି ହୋଇଥିବା ଜାଣିବା ପାରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe