୨୪ ଘଣ୍ଟାରେ ୩ ଲୁଟ୍‌, ବାଇକ୍, ମୋବାଇଲ୍ ଓ ଟଙ୍କା ଛଡ଼ାଇନେଲେ

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ଭୁବନେଶ୍ବର : ପୁଣି ରାଜଧାନୀରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩ଟି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି, କ୍ୟାପିଟାଲ ଓ ନୂଆପଲ୍ଲୀ ଥାନା ଅଞ୍ଚଳରୁ ୩ଟି ବାଇକ୍, ଗୋଟିଏ ମୋବାଇଲ୍, ନଗଦ ୨ହଜାର ଟଙ୍କା, ରୁପା ବ୍ରେସଲେଟ୍ ଆଦି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ ଡୁମୁଡୁମା ସୁବାସନଗରର ଆକାଶ ନାୟକ ଘରକୁ ଫେରୁଥିବା ବେଳେ ଆଇଗିଣିଆ ଛକରେ ଦୁଇ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆହତ ହୋଇ ଆକାଶ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ବା‌ଇକ୍‌ ନେଇ ଫେରାର୍ ହୋଇଯାଇଥିଲେ। ସେହିଭଳି ଫାୟାର ଷ୍ଟେସନ ଛକରେ ତିନି ଜଣ ଦୁର୍ବୃତ୍ତ ଖଣ୍ଡା, ଭୁଜାଲି ଦେଖାଇ ଜଣେ ଯୁବକଙ୍କୁ ଲୁଟ୍‌ କରିଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ ନୟାଗଡ଼ ବଳରାମପୁର ଗ୍ରାମର ରଶ୍ମିରଞ୍ଜନ ଦାସ। ସିସି କ୍ୟାମେରା ଫିଟର୍‌ ଭାବେ କାମ କରୁଥିବା ରଶ୍ମିରଞ୍ଜନ ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ କାମ ସାରି ଫେରୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ ରଶ୍ମିଙ୍କୁ ଖଣ୍ଡା ଦେଖାଇ ଅଟକାଇଥିଲେ। ଏହା ପରେ ସୋମନେ ତାଙ୍କ ମୋବାଇଲ, ୫ଟି ସିସି କ୍ୟାମେରା, ୨ ହଜାର ଟଙ୍କା ଓ ରୁପା ବ୍ରେସଲେଟ୍‌ ଛଡ଼ାଇ ନେଇଥିଲେ। ସେହିଭଳି ଜଣେ ଛାତ୍ର ତାଙ୍କ ସାଙ୍ଗ ସହ ଆଜି ନୂଆପଲ୍ଲୀ ଏନ୍-୫ ନିକଟସ୍ଥ ହନୁମାନ ମନ୍ଦିର ପାଖକୁ ଆସିଥିବା ବେଳେ ତାଙ୍କ ବାଇକ୍‌ଟି କେହି ଚୋରି କରିନେଇଥିଲା ବୋଲି ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ଆଜି ମାର୍କେଟ୍‌ ବିଲ୍‌ଡିଂରୁ ବି ଏକ ବାଇକ୍‌ ଚୋରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe