ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରି ଦେଖାଇ ଲୁଟିନେଲେ ଗହଣା

Advertisment
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଛୁରି ଦେଖାଇ ଲୁଟିନେଲେ ଗହଣା

Dailyhunt

ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତିରେ ସ୍ଥାନୀୟ ବରବାରୀରେ ଭଡ଼ା ଘରେ ରହୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତ ଜଣଙ୍କ ମହିଳାଙ୍କୁ ଛୁରି ଦେଖାଇ ତାଙ୍କଠାରୁ ସୁନାଗହଣା ଲୁଟି ନେଇଛି। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ମହିଳାଙ୍କର ଡାକ୍ତରୀ ମାଇନା କରି ଛାନ୍‌ଭିନ୍ ଆରମ୍ଭ କରିଛି। ସୂଚନାନୁସାରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୋନାଲି (ଛଦ୍ମନାମ) ବରବାରୀରେ ଭଡ଼ାରେ ରହୁଥିଲେ। ତାଙ୍କ ସ୍ବାମୀ ଜଣେ ନୌସେନା ଅଧିକାରୀ ଓ ସେ ବାହାରେ ରୁହନ୍ତି। ଉଚ୍ଚତର ଶିକ୍ଷା ପାଇଁ ମୋନାଲି ଓ ତାଙ୍କ ସ୍ବାମୀ ୩ ଦିନ ପୂର୍ବେ ଭୁବନେଶ୍ବରରେ ଏହି ଘରକୁ ଭଡ଼ାରେ ନେଇଥିଲେ। ସୁମିତ୍ ଘର ଠିକ୍‌ଠାକ୍ କରିବା ପରେ ପୁଣି ଚାକିରି ‌କ୍ଷେତ୍ରକୁ ଚାଲି ଯାଇଥିଲେ। ମୋନାଲିଙ୍କ ଅଭିଯୋଗ ଅନୁସାରେ ଗୁରୁବାର ରାତି ପ୍ରାୟ ୨ଟାବେଳେ ହଠାତ୍ ତାଙ୍କୁ କେହି ମାଡ଼ି ବସିବାରୁ ତାଙ୍କ ନିଦ ଭାଙ୍ଗି ଯାଇଥିଲା। ଜଣେ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଜାଣିବା ପରେ ସେ ବଳ‌ ପ୍ରୟୋଗ କରି ଖସିବାକୁ ଚେଷ୍ଟା କରିଥିଲେ। ପାଟି କଲେ ତାଙ୍କୁ ଛୁରି ମାରିଦେବ ବୋଲି ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଧମକ ଦେଇଥିଲା ଓ ଚୁପ୍‌ଚାପ ଗହଣା ଦେଇଦେବାକୁ କହିଥିଲା। ତେବେ ସେ ଗହଣା ଖୋଲିବା ପୂର୍ବରୁ ଦୁର୍ବୃତ୍ତ ଜଣଙ୍କ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲା। ଭୟରେ ମୋନାଲି ଚୁପଚାପ୍ ଥରୁଥିବାବେଳେ ଦୁର୍ବୃତ୍ତ ଜଣଙ୍କ ଅନ୍ଧାରର ସୁଯୋଗରେ ଘଟଣାସ୍ଥଳରୁ ଖସି ପଳାଇଥିଲା। ପରେ ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଜଣାପଡ଼ିଲା ଯେ କବାଟର ଭିତର ପଟ ଖିଡ଼ିକିର କ୍ଲିପ୍ ତାଡ଼ି ହୋଇ ଯାଇଛି। ତେଣୁ ଦୁର୍ବୃତ୍ତ ଜଣଙ୍କ କବାଟକୁ ଧକ୍କା ମାରି ଭାଙ୍ଗି ଭିତରକୁ ପଶିବା ପରେ ଏଭଳି କାଣ୍ଡ ଭିଆଇଛି। ତଦନ୍ତକାରୀ ଅଧିକାରୀଙ୍କ ସୂଚନାନୁସାରେ ପୀଡ଼ିତା ମାତ୍ର ୩ ଦିନ ହେଲା ଏଠାରେ ରହୁଛନ୍ତି। ସେ ଏକାକୀ ରହୁଥିବା ନେଇ କେହି ଦୁର୍ବୃତ୍ତ ଜାଣିବା ପରେ ଏଭଳି କାଣ୍ଡ ଭିଆଇଛି। ପୂର୍ବରୁ ପାତ୍ରପଡ଼ା ଉଦୟଗିରି ବିହାର ଓ ଏମ୍‌ସ ନଗରରେ ଦୁଇ ଜଣ ମହିଳା ଅନୁରୂପଭାବେ ଦୁର୍ବୃତ୍ତମାନଙ୍କ ଦ୍ବାରା ଉଭୟ ଚୋରି ଓ ଦୁଷ୍କର୍ମର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe