‌ରେଳ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌

ଧରାପଡ଼ିଲା ବାଇକ୍‌ ଲୁଟେରା ଦିଗ୍‌ବିଜୟ: ୯ ବାଇକ୍‌ ଜବତ, ବନ୍ଧକ ରଖି ଫସିଲେ

Odisha Bytes

ଭୁବନେଶ୍ବର: ହାଇଦ୍ରାବାଦ୍‌ରୁ ଘରକୁ ଫେରୁଥିବା ଜଣେ ଯୁବକ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ସେ ହେଲେ, କେନ୍ଦ୍ରାପଡ଼ା ରାଜନଗର ଥାନା ନଳଦିଆ ଗ୍ରାମର ଶଶଧର ମହାନ୍ତି। ଲୁଟେରାମାନେ ତାଙ୍କଠାରୁ ନଗଦ ୧୦ ହଜାର ଟଙ୍କା, ‌ ଗୋଟିଏ ମୋବାଇଲ୍‌ ଓ ଦୁଇଟି ବ୍ୟାଗ୍‌ ଲୁଟି ନେଇଛନ୍ତି। ତେବେ ତାଙ୍କ ଚେତା ଫେରିନଥିବାରୁ ତାଙ୍କ ସହ କ’ଣ ଘଟିଛି, ତାହା ଜଣାପଡ଼ିନାହିଁ।

ଶଶଧରଙ୍କ ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ସେ କୋଣାର୍କ ଏକ୍ସପ୍ରେସ୍‌ରେ ହାଇଦ୍ରାବାଦରୁ ଆସି ଆଜି ଭୋର୍‌ ପ୍ରାୟ ୪ଟା‌ରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରୁ ହାଇଦ୍ରାବାଦ୍‌ରେ ଥିବା ମାମୁ ଓ ଜଣେ ସାଙ୍ଗଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହା ପରଠାରୁ ତାଙ୍କର ମୋବାଇଲ ସୁଇଚ୍‌ ଅଫ୍ ଥିଲା। ଅପରାହ୍‌ଣ ୪ଟା ଯାଏଁ ଘରେ ନ ପହଞ୍ଚିବାରୁ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା। ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ତାଙ୍କ ଭାଇ ଜ୍ଞାନେନ୍ଦ୍ର ତାଙ୍କୁ ଖୋଜିବା ପାଇଁ ଷ୍ଟେସନ ପହଞ୍ଚିଥିଲେ। ଦୀର୍ଘ ସମୟ ଖୋଜିବା ପରେ ରେଳବାଇ ଥାନା ଓ ରିଜର୍ଭ ବୁକିଂ କାଉଣ୍ଟର ମଝିରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe