ଶିବ ମନ୍ଦିରରୁ ଷଣ୍ଢ ଗାଏବ: ପ୍ରାଚୀନ ମୁଗୁନି ପଥର ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ

Advertisment
ଶିବ ମନ୍ଦିରରୁ ଷଣ୍ଢ ଗାଏବ: ପ୍ରାଚୀନ ମୁଗୁନି ପଥର ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ପୁଣ୍ୟତୋୟା ପ୍ରାଚୀ ନଦୀ ତଟ ଅନ୍ତର୍ବେଦୀ ପିଠ ଭାପୁର ତ୍ରିବେଣୀଶ୍ୱରଙ୍କ ନିକଟସ୍ଥ ବେଲେଶ୍ୱର ମହାଦେବଙ୍କ ମନ୍ଦିରରେ ସ୍ଥାପିତ ବୃଷଭଙ୍କୁ କେହି ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଏନେଇ ମନ୍ଦିର ପୂଜକ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ବହୁ ପୁରାତନ ମୁଗୁନି ପଥରରେ ନିର୍ମିତ ବୃଷଭଙ୍କୁ ଲୁଟି ନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ପହଁଞ୍ଚି ଆଖ ପାଖରେ ଖୋଜା ଖୋଜି କରିଥିଲା, ହେଲେ ମୂର୍ତ୍ତି ମିଳି ନାହିଁ। ମୂର୍ତ୍ତି ଚୋରି ଯୋଗୁଁ ଠାକୁରଙ୍କ ନୀତିରେ ବିଭ୍ରାଟ ହୋଇଛି। ପୁଲିସ ଚୋରି ଘଟଣା ଉପରୁ ରହସ୍ୟ ହଟାଇବାକୁ ସାଧାରଣରେ ଦାବି ହୋଇଛି।

ଆଜି ସୋମବାରରେ ବହୁ ଶ୍ରଦ୍ଧାଳୁ ମନ୍ଦିର ଆସି ପୂଜାର୍ଚ୍ଚନା କରିଥିଲେ, ହେଲେ ଆସ୍ଥାନରେ ନନ୍ଦୀଙ୍କୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଶହ ଶହ ଭକ୍ତ ଵୃଷଭଙ୍କୁ ପୂଜା କରି ମାନସିକ ପ୍ରାପ୍ତି ହୋଇଛନ୍ତି। ସେହିପରି ତ୍ରିବେଣୀ ଘାଟରେ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ। ଅନ୍ତର୍ବେଦୀ ପୀଠରେ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe