ଭୁଜାଲି ମୁନରେ ଫାଇନାନ୍‌ସ କର୍ମଚାରୀଙ୍କୁ ଲୁଟ୍‌

Advertisment
ଭୁଜାଲି ମୁନରେ ଫାଇନାନ୍‌ସ କର୍ମଚାରୀଙ୍କୁ ଲୁଟ୍‌

Jantantra TV

ବାଲିପାଟଣା : ପୁଣି ଜଣେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଆମେଣାକୁଦ ବାଙ୍କୁଆ କେନାଲ ବନ୍ଧରେ ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀ ହେଲେ ନିମାପଡ଼ାସ୍ଥିତ ପୁଲ୍‌ଟନ୍‌ ଇଣ୍ଡିଆ କ୍ରେଡିଟ୍‌ କମ୍ପାନିର ଶିବଶଙ୍କର ସ୍ୱାଇଁ। ଦୁଇ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ତାଙ୍କଠାରୁ ପ୍ରାୟ ୬୦ ହଜାର ଟଙ୍କା, ଟାବ୍‌ଲେଟ ଓ କାଗଜପତ୍ର ଥିବା ବ୍ୟାଗ୍‌ ନେଇ ଯାଇଛନ୍ତି। ବାଲିପାଟଣା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ ଆଜି ଶିବଶଙ୍କର ବିଭିନ୍ନ ମହିଳା ଗ୍ରୁପ୍‌ରୁ ଟଙ୍କା ଆଦାୟ କରି ବାଇକ୍‌ ଯୋଗେ ନିମାପଡ଼ା ଫେରୁଥିଲେ। ଆମେଣାକୁଦ ନୂଆଗାଁ ରାସ୍ତାରେ ବାଙ୍କୁଆ କେନାଲ ବନ୍ଧ ଉପରେ ଏକ ନିଛାଟିଆ ସ୍ଥାନରେ କଳା ପଲ୍‌ସରରେ ୨ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବ୍ୟାଗ୍‌ ଦେବାକୁ ଧମକ ଦେଇଥିଲେ। କିନ୍ତୁ ସେ ବ୍ୟାଗ୍‌ ନଦେବାରୁ ବାଇକ୍‌ ପଛ ସିଟ୍‌ରେ ବସିଥିବା ଦୁର୍ବୃତ୍ତ ତାଙ୍କ ବାମ ହାତକୁ ଭୁଜାଲିରେ ଆକ୍ରମଣ କରିଥିଲା। ଭୟଭୀତ ହୋଇ ଶିବ ବ୍ୟାଗ୍‌କୁ ଦୁର୍ବୃତ୍ତଙ୍କ ହାତକୁ ବଢ଼ାଇ ଦେଇଥିଲେ। ବ୍ୟାଗ୍‌ରେ ୫୯ ହଜାର ୬୯୦ ଟଙ୍କା, ଟାବ୍‌ଲେଟ, ବ୍ଲୁ ଟୁଥ ପ୍ରିଣ୍ଟର, ରସିଦ ବହି, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାନ କାର୍ଡ, ଏଟିଏମ୍‌ ଓ ବାଇକ୍‌ର ଆର୍‌ସି ବୁକ୍‌ ପ୍ରଭୃତି ଅନେକ କାଗଜପତ୍ର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe