ଗାଡ଼ିରେ ବସାଇ ଲୁଟିଲେ

Advertisment
ଗାଡ଼ିରେ ବସାଇ ଲୁଟିଲେ

thekhabrilal.com

ଭୁବନେଶ୍ୱର : ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଗାଡ଼ିରେ ବସାଇନେଇ ଜଣେ ଛାତ୍ରକୁ ଲୁଟିଛନ୍ତି ଦୁର୍ବୃତ୍ତ। ଅଧବାଟରେ ରଖି ଛାତ୍ରଙ୍କ ଠାରୁ ୨ ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଛନ୍ତି। ବରମୁଣ୍ଡାରୁ ବାଇକ୍‌ରେ ନେଇ ଆସୁଥିବା ବେଳେ କ୍ୟାପିଟାଲ ହସ୍‌ପିଟାଲ ସାମ୍ନାରେ ଗାଡ଼ି ରଖି ଛାତ୍ରଙ୍କ ଠାରୁ ଏଭଳି ଲୁଟ୍‌ପାଟ୍‌ କରିଛନ୍ତି। କ୍ୟାପିଟାଲ ଥାନାରେ ଛାତ୍ର ଜଣକ ପହଞ୍ଚିଥିଲେ ମଧ୍ୟ ପୁଲିସ ଏତଲା ରଖି ନାହିଁ। କ୍ୟାପିଟାଲ ହସ୍‌ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ରହିଥିବ ବୋଲି କହିଛନ୍ତି ଛାତ୍ର। ଏଭଳି ଲୁଟ୍‌ର ଶିକାର ହୋଇଥିବା ଛାତ୍ର ହେଉଛନ୍ତି କନ୍ଧମାଳ ତୁମୁଡ଼ିବନ୍ଧର ସନାତନ ଦିଗାଲ।

ତାଙ୍କ ଅଭିଯୋଗ ମୁତାବକ, ଯୁକ୍ତ ଦୁଇ ପ୍ରମାଣପତ୍ର ‌କଲେଜ୍‌ରୁ ଫେରି ଆସିଥିବାରୁ ସେ ଆଜି କାଉନ୍‌ସିଲ୍‌ ଅଫିସ ଆସୁଥିଲେ। ବରମୁଣ୍ଡାରୁ କାଉନ୍‌ସିଲ ପର୍ଯ୍ୟନ୍ତ ଆସିବା ପାଇଁ ଚିନ୍ତା କରୁଥିବା ବେଳେ ଦୁଇଜଣ ଯୁବକ ଏକ ପଲସରରେ ଆସି କାଉନ୍‌ସିଲ ଅଫିସ୍‌ ଆମେ ଯାଉଛୁ, ଚାଲ ଛାଡ଼ିଦେବୁ ବୋଲି କହିଥିଲେ। ସନାତନ ବିଶ୍ବାସ କରି ତାଙ୍କ ସହ ବସି ଯାଇଥିଲେ। ତିନିଜଣ ଥିବାରୁ ପୁଲିସ ଧରିବ କହି ସେମାନେ ଫାୟାର ଷ୍ଟେସନ ଛକରୁ ଗୋପବନ୍ଧୁ ଛକ ଦେଇ କ୍ୟାପିଟାଲ ହସ୍‌ପିଟାଲ ପାଖରେ ପହଞ୍ଚିଥିଲେ। ସେଠାରେ ତାଙ୍କ ଠାରୁ ମୋବାଇଲ ଓ ୨ ହଜାର ଟଙ୍କାର ନେଇ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe