Free Press Journal
ଭୁବନେଶ୍ବର : ରାଜଧାନୀରେ ଆପାର୍ଟମେଣ୍ଟ ବି ସୁରକ୍ଷିତ ନୁହେଁ। ନିକଟରେ ଆଉ ଏକ ଅଭିନବ ଅପରାଧ ସାମ୍ନାକୁ ଆସିଛି। ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ। ଲକ୍ଷ୍ମୀସାଗରରେ ଥିବା ଏକ ଆପାର୍ଟମେଣ୍ଟରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଜଣ ଯୁବକ ପୁଲିସ ପରିଚୟ ଦେଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟର ଶିକାର ହସମୁଖଲାଲ୍ ସୋନି ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁସାରେ, ଗତ ୨୦ତାରିଖ ମଧ୍ୟାହ୍ନରେ ହସମୁଖଲାଲ୍ ଫ୍ଲାଟ୍ରେ ଥିବା ବେଳେ ଦୁଇ ଯୁବକ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଡାକି ପୁଲିସ ପରିଚୟ ଦେଇଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ସୁନା ଚେନ୍ ଓ ମୁଦି ଓହ୍ଲାଇବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ରାଜଧାନୀରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ନନ୍ଦନକାନନ ନିକଟରେ ଯାତ୍ରୀଙ୍କୁ ପୁଲିସ ପରିଚୟ ଦେଇ ଲୁଟ୍ ହୋଇଥିଲା।
Follow Us