ମାତିଛନ୍ତି ମନ୍ଦିର ଲୁଟେରା, ପଞ୍ଚବଟୀ ତାରିଣୀ ମନ୍ଦିରରେ କଳାକନା ବୁଲାଇଲେ

Advertisment
୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

Dainik Bhaskar

ବାଲିଅନ୍ତା ବଜାର: ଗତକାଲି ରାତିରେ ଦୁର୍ବୃତ୍ତମାନେ ବାଲିଅନ୍ତା ବଜାରସ୍ଥିତ ମା’ ପଞ୍ଚବଟୀ ତାରିଣୀ ମନ୍ଦିରରେ କଳକାନ ବୁଲାଇଦେଇଛନ୍ତି। ମନ୍ଦିରର ଗ୍ରିଲ୍‌ କାଟି ମା’ଙ୍କ ସବୁ ଅଳଙ୍କାର ଓ ବହୁ ପୂଜା ଉପକରଣ ଲୁଟି ନେଇଛନ୍ତି। ଠାକୁରାଣୀଙ୍କ ରୁପା ମୁକୁଟ, ରୁପା ହାର, ସୁନା ନାକଚଣା, ସୁନା ସିନ୍ଥି, ସୁନା ଚିତା, ସୁନା ନାକ ଓ ଚଳନ୍ତି ପ୍ରତିମାଙ୍କ ସୁନା ମୁକୁଟ, ୩ ହଳ ପିତଳ ଝାଞ୍ଜ, ୩ ଘଣ୍ଟ ଚୋରି ହୋଇଛି। ଲୁଟ୍ ହୋଇଥିବା ଅଳଙ୍କାରଗୁଡ଼ିକର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଗତ ସପ୍ତାହରେ ନିକୁଞ୍ଜବିହାରୀ ଦେବଙ୍କ ମନ୍ଦିରରୁ ହୋଇଥିବା ଲୁଟ୍‌ ମାମଲାରେ ପୁଲିସ ସିନ୍ଧିଚୋରଙ୍କ ଟେର୍‌ ପାଇନାହିଁ। ପୁଣି ଗତରାତିରେ ମା’ ତାରିଣୀ ମନ୍ଦିରରୁ ଚୋରି ହୋଇଥିବାରୁ ପୁଲିସର ପାରିବାପଣିଆକୁ ନେଇସାଧାରଣରେ ପ୍ରଶ୍ନ ଉଠିଛି।

ମନ୍ଦିର ପୂଜକ ରାଜେଶ ପଣ୍ଡା ଆଜି ଭୋର୍‌ ସମୟରେ ପୂଜା କରିବା ଲାଗି ଆସିବା ବେଳେ ମନ୍ଦିର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ତୁରନ୍ତ ମନ୍ଦିର କମିଟିର ସଦସ୍ୟ ସଂଗ୍ରାମ ମହାନ୍ତି ଓ ସନ୍ତୋଷ ନାୟକଙ୍କୁ ଜଣାଇଥିଲେ। ମନ୍ଦିରରୁ ଚୋରି ହୋଇଥିବା ଖବର ପ୍ରଚାରିତ ହେବା ପରେ ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସାଇଣ୍ଟଫିକ୍ ଟିମ୍ ସହ ଘଟଣାସ୍ଥଳକୁ ଆସିଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ। କିନ୍ତୁ ଲୁଟେରାମାନଙ୍କ ବାବଦରେ କିଛି ବି ସୁରାକ୍‌ ମିଳିନଥିଲା। ମନ୍ଦିର ନିକଟ ଏକ ଗୋଦାମଘରର ସିସିଟିଭି ଫୁଟେଜ୍‌ ତନଖି କରାଯାଇଥିଲା। ମାତ୍ର ସେଥିରୁ କିଛି ବି ସୁରାକ୍‌ ମିଳିନଥିବା ଜଣାପଡ଼ିଛି। ନିକୁଞ୍ଜବିହାରୀ ମନ୍ଦିର ପରେ ମା’ ତାରିଣୀ ମନ୍ଦିରରୁ ଚୋରି ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁର୍ବୃତ୍ତମାନେ କୌଣସି ସୁରାକ୍‌ ଛାଡ଼ି ଯାଉନଥିବା ବେଳେ ପୁଲିସର ବୈଷୟିକ ଜ୍ଞାନକୌଶଳ ସେମାନଙ୍କୁ ଠାବ କରିପାରୁନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe