image source-nayalook.com
ଭୁବନେଶ୍ବର : ଦୀର୍ଘ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇ ୧୬ ନମ୍ବର ଜାତୀୟ ରାଜପଥରେ ଛିନ୍ତାଇ କରୁଥିବା କୁଖ୍ୟାତ ଲୁଟେରା ଗୋଲକ ବିହାରୀ ସାହୁ ଓରଫ ଗୋଲିଆ ଧରାପଡ଼ିଛି। ଗତକାଲି ରାତିରେ ଯାଁଳା ଫାଣ୍ଡି ପୁଲିସ ହାତରେ ଧରା ପଡ଼ିଥିବା ଗୋଲିଆଠାରୁ ୨୦ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ଗଞ୍ଜାମ ଖଲିକୋଟ ଅଞ୍ଚଳର ଗୋଲିଆ ମଞ୍ଚେଶ୍ବର ଥାନା ଚକେଇସିହାଣି ଶ୍ରୀରାମନଗର ବସ୍ତିରେ ରହୁଥିଲେ ହେଁ ଛିନ୍ତାଇ କରିବା ପାଇଁ ସେ ଖଣ୍ଡଗିରିରୁ ଗଙ୍ଗପଡ଼ା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଡେରା ପକାଉଥିଲା। ଏକ ଚୋରା ମୋବାଇଲ୍ ଫୋନ୍କୁ ପୁଲିସ ଟ୍ରାକ୍ କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଉକ୍ତ ମୋବାଇଲ୍ ଫୋନ୍ଟି ଯାଁଳା ଫାଣ୍ଡି ତଳଖେତା ଛକରେ ସକ୍ରିୟ ଥିବା ଜଣାପଡ଼ିଥିଲା। ତେଣୁ ମଉକାକୁ ହାତଛଡ଼ା ନ କରି ସଙ୍ଗେ ସଙ୍ଗେ ଯାଁଳା ଫାଣ୍ଡି ପୁଲିସ ତଳଖେତା ଛକରେ ଚଢ଼ଉ କରିଥିଲା। ଗୋଲିଆ ଏକ ବାଇକ୍ ଧରି ଇନ୍ଫୋଭ୍ୟାଲି ରାସ୍ତାରେ ଠିଆ ହୋଇଥିବାବେଳେ ପୁଲିସ ତାକୁ କାବୁ କରିଥିଲା।
Follow Us