୩ ବର୍ଷ ପରେ ଧରାପଡ଼ିଲା କୁଖ୍ୟାତ ଠକ: ଶୀତଳ ଭଣ୍ଡାରରେ ଆଳୁ ରଖି ଲାଭ ଦେବା ନାଁରେ ୩ କୋଟି ଠକିଥିଲା

Advertisment
ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

the Indian express

ଭୁବନେଶ୍ବର: ଶୀତଳଭଣ୍ଡାରେ ଆଳୁ ରଖି ଲାଭ ଦେବା ବାହାନାରେ ୨୩ ଜଣଙ୍କଠାରୁ ପ୍ରାୟ ୩କୋଟି ଟଙ୍କା ଠକି ଫେରାର ଥିବା ଜଣେ ଠକ ବ୍ୟବସାୟୀକୁ ଶୁକ୍ରବାର ରାତିରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲା, କେନ୍ଦୁଝରର ବିଷ୍ଣୁପ୍ରସାଦ ସାହୁ। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ବିଷ୍ଣୁପ୍ରସାଦକୁ ଅତି ନାଟକୀୟ ଢଙ୍ଗରେ ଗିରଫ କରାଯାଇଛି। ଓଡ଼ିଶାରୁ ଫେରାର୍‌ ହେଲା ପରେ ମୁମ୍ବାଇରେ ଆତ୍ମଗୋପନ କରିଥିଲା। କରୋନାର ଦ୍ବିତୀୟ ଲହରରେ ସେଠାରେ ସଂକ୍ରମଣ ବଢ଼ିବା ପରେ ମୁମ୍ବାଇରୁ ଭୁବନେଶ୍ବର ଚାଲି ଆସିଥିଲା। ଏଠାରେ ଏକ ଲଜ୍‌ରେ ଲୁଚିଥିବା ଖବର ପାଇ ଇଓଡବ୍ଲୁ ତା’କୁ ଗିରଫ କରିଥିଲା।

ଇଓଡବ୍ଲୁ ସୂଚନା ଅନୁସାରେ, ବିଷ୍ଣୁପ୍ରସାଦ ପଟିଆ ଅଞ୍ଚଳରେ ଏକ ଶୀତଳଭଣ୍ଡାର କରିଥିଲା। ଶୁଭ୍ରାଂଶୁ ଶେଖର ରାଉତ ନାମକ ଜଣେ ବ୍ୟକ୍ତିଙ୍କ ସହ ତା’ର ପରିଚୟ ହୋଇଥିଲା। ଉତ୍ପାଦନ ସମୟରେ ବେପାରୀଙ୍କଠାରୁ କମ୍ ମୂଲ୍ୟରେ ଆଳୁ କିଣି ଶୀତଳ ଭଣ୍ଡାରରେ ରଖି ପରବର୍ତ୍ତୀ ସମୟରେ ଉଚ୍ଚଦରରେ ବିକି ଲାଭର ଲୋଭ ଦେଖାଇଥିଲା ବିଷ୍ଣୁପ୍ରସାଦ। ଏଥିରେ ରାଜି ହୋଇ ଶୁଭ୍ରାଂଶୁଙ୍କ ସମେତ ଅନ୍ୟ ୨୨ଜଣ ପୁଞ୍ଜି ବିନିଯୋଗ କରିଥିଲେ। ୨୦୧୭ ମାର୍ଚ୍ଚରୁ ୨୦୧୮ ମାର୍ଚ୍ଚ ଭିତରେ ପ୍ରାୟ ୩କୋଟି ଟଙ୍କା ସେମାନେ ବିନିଯୋଗ କରିଥିଲେ। ତେବେ ଲାଭ ତ ଦୂରର କଥା, ଜମାକାରୀମାନେ ମୂଳଧନ ନ ପାଇବାରୁ ବିଷ୍ଣୁପ୍ରସାଦ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେ ଧରା‌ଛୁଆଁ ଦେଇ ନଥିଲା। ଏ ନେଇ ଠକେଇର ଶିକାର ବ୍ୟକ୍ତିମାନେ ପ୍ରଥମେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପରେ ଏ ସଂକ୍ରାନ୍ତରେ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe