times of india
ଭୁବନେଶ୍ବର: ପଶ୍ଚିମବଙ୍ଗର ମହିଳା ଲୁଟେରା ଗ୍ୟାଙ୍ଗକୁ କମିସନରେଟ୍ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏମାନେ ମଲକୁ ମଲ ବୁଲି କରୁଥିଲେ ଲୁଟ୍ କରି ପିନ୍ଧା ଜାମା ଭିତରେ ଜିନିଷ ଚୋରି କରି ଫେରାର ହୋଇ ଯାଉଥିଲେ। ଆଖି ଆଗରେ ଯାହା ପଡ଼ୁଥିଲା, ଆଖି ପିଛୁଳାକେ ତାକୁ ଗାଏବ କରି ଦେଉଥିଲେ।
ନୟାପଲ୍ଲୀର ଏକ ମଲରୁ ଦୁଇଦିନ ହେଲା ଲୁଟ କରିଥିବା ନେଇ ଖବର ପଦାକୁ ଆସିଥିଲା। କସମେଟିକ, ଡ୍ରେସ, ଟି ସାର୍ଟ, ସାଲାୱାର ଯାହା ଆଖିରେ ପଡୁଥିଲା, ଏମାନେ ଲୁଟି ନେଉଥିଲେ। ସେମାନେ ରେକି କରି ଲୁଟୁଥିଲେ। (ନଅ) ଜଣ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ। ଅଭିଯୁକ୍ତଙ୍କ କ୍ରାଇମ ରେକର୍ଡକୁ ନେଇ ଖୋଳତାଡ଼ କରିବା ସହ, କୋଲକାତା ପୁଲିସ ସହ ଯୋଗାଯୋଗ କରୁଛି କମିସନରେଟ ପୁଲିସ।
Follow Us