Kalinga Tv
ଭୁବନେଶ୍ବର: ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବରରେ ସକ୍ରିୟ ଥିବା ତାମିଲନାଡ଼ୁର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍। ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, କଟକ ଓ ଭୁବନେଶ୍ୱରରେ ମାତିଥିବା ଏହି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଗତ ୩ ମାସ ଧରି ଲୁଟପାଟ କରୁଥିଲେ। ଏହି ଗ୍ୟାଙ୍ଗକୁ ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର। ସେମାନେ ଅଭିନବ ଢଙ୍ଗରେ କରୁଥିଲେ ଲୁଟ।
ସେମାନେ ପ୍ରଥମେ ଘରକୁ ଘର ବୁଲି ରେକି କରିବେ, ତା ପରେ ମୁକ ବଧିର ସାର୍ଟିଫିକେଟ ନେଇ ସକାଳୁ ସକାଳୁ ଘର ଭିତରେ ପଶି ଚୋରି କରିବେ। ସକାଳୁ ଘରେ କେହି ନଥିବା ବେଳେ ଏମାନେ କରନ୍ତି ଟାର୍ଗେଟ୍। ଯଦି କେହି ଦେଖୁଛନ୍ତି, ମୁକ ବଧିର ସାର୍ଟିଫିକେଟ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଇବାରେ ସକ୍ଷମ ହେଉଛନ୍ତି। କୌଣସି କେସ୍ ହିଷ୍ଟ୍ରି ନଥିବାରୁ ଏମାନଙ୍କୁ ଧରିବା କଷ୍ଟକର ହେଉଥିଲା।
ଭୁବନେଶ୍ୱର ଓ କଟକରେ ୧୨ଟି ସ୍ଥାନରେ ଏହି ଗ୍ୟାଙ୍ଗ ସକ୍ରିୟ ରହି ଚୋରି କରୁଥିଲେ। ଏହି ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବୟସ ୩୫ ରୁ ୫୦ବର୍ଷ। ଏମାନଙ୍କ ନିକଟରୁ ୪ଟି ଲାପଟପ, ୭ଟି ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ଜବତ ହୋଇଛି। ସକାଳୁ ଫୁଲ ତୋଳିବାକୁ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ।
Follow Us