ପୁଣି ବନ୍ଧା ହେଲା କୁଖ୍ୟାତ ଲୁଟେରା ଗଙ୍ଗା ରେଡ୍ଡୀ

Advertisment
ପୁଣି ବନ୍ଧା ହେଲା କୁଖ୍ୟାତ ଲୁଟେରା ଗଙ୍ଗା ରେଡ୍ଡୀ

ଭୁବନେଶ୍ବର : କୁଖ୍ୟାତ ଲୁଟେରା ଗଙ୍ଗା ରେଡ୍ଡୀକୁ ବୁଧବାର ଦିନ ଗିରଫ କରିଛି ନୂଆପଲ୍ଲୀ ପୁଲିସ। ଆଇଆର୍‌ସି ଭିଲେଜର କୁମୁଦିନୀ ପରିଜାଙ୍କ ବେକରୁ ଗତ ୮ତାରିଖ ଚେନ୍ ଝାମ୍ପିନେବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି। ଏହା ସହିତ ଗଙ୍ଗାର ସହଯୋଗୀ ସାଲିଆସାହିର ପ୍ରଶାନ୍ତ ତାରେନିଆକୁ ମଧ୍ୟ ଗିରଫ କରିଛି। କୁମୁଦିନୀଙ୍କ ଠାରୁ ଚେନ୍ ଲୁଟିବା ପରେ ଗଙ୍ଗା ଓ ପ୍ରଶାନ୍ତ ଜୟଦେବବିହାର ଶାଖାର ମୁଥୁଟ୍ ଫାଇନାନ୍ସରେ ବନ୍ଧକ ରଖି ପ୍ରାୟ ଲକ୍ଷେ ୨୬ହଜାର ଟଙ୍କା ଋଣ ଆଣିଥିଲେ। ଋଣ ଟଙ୍କା ଆଣି ଖର୍ଚ୍ଚ କରିବା ପରେ ଓୟୁଏଟି ନିକଟରୁ ବାଇକ୍ ଚୋରି କରି ପୁଣି ଏକ ଲୁଟ୍ ଉଦ୍ୟମ କରିଥିବା ପୁଲିସ ପାଖରେ ସ୍ବୀକାର କରିଛି ଗଙ୍ଗା। ନୂଆପଲ୍ଲୀ ପୁଲିସ ଉଭୟଙ୍କ ଠାରୁ ସୁନାଚେନ୍ ଓ ଚୋରି ବାଇକ୍ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe