ଲୁଟେରାଙ୍କର ବି ପୂଜା ମଉଜ: ମାତିଲେ ମଦ କଳାବଜାରୀ

Advertisment

ଚଳିତ ଦଶହରାରେ ପୂଜାବେଳେ ସପ୍ତମୀଠାରୁ ଦଶମୀ ଭିତରେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଗହଳି ହୋଇଥିଲା। ଗହଳିର ସୁଯୋଗ ନେଇ ପୁଲିସର ସବୁ ସୁରକ୍ଷା ଯୋଜନାକୁ ଭେଦକରି ଲୁଟେରାମାନେ ବେଶ୍‌ ଲୁଟ୍‌ କରିଛନ୍ତି।

ଚଳିତ ଦଶହରାରେ ପୂଜାବେଳେ ସପ୍ତମୀଠାରୁ ଦଶମୀ ଭିତରେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଗହଳି ହୋଇଥିଲା। ଗହଳିର ସୁଯୋଗ ନେଇ ପୁଲିସର ସବୁ ସୁରକ୍ଷା ଯୋଜନାକୁ ଭେଦକରି ଲୁଟେରାମାନେ ବେଶ୍‌ ଲୁଟ୍‌ କରିଛନ୍ତି।

jggjgjgj

ଭୁବନେଶ୍ବର: ଚଳିତ ଦଶହରାରେ ପୂଜାବେଳେ ସପ୍ତମୀଠାରୁ ଦଶମୀ ଭିତରେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ପ୍ରବଳ ଗହଳି ହୋଇଥିଲା। ଗହଳିର ସୁଯୋଗ ନେଇ ପୁଲିସର ସବୁ ସୁରକ୍ଷା ଯୋଜନାକୁ ଭେଦକରି ଲୁଟେରାମାନେ ବେଶ୍‌ ଲୁଟ୍‌ କରିଛନ୍ତି। ୪ଦିନ ଭିତରେ କେବଳ ୪ଟି ପ୍ରମୁଖ ପୂଜାମଣ୍ଡପରୁ ୨୦୦ରୁ ଅଧିକ ମୋବାଇଲ୍ ଫୋନ୍‌, ୨୦ରୁ ଅଧିକ ସୁନାଚେନ୍‌ ସହିତ ବହୁମାତ୍ରାରେ ପକେଟମାର ହୋଇଥିବା ଅଭିଯୋଗ ହୋଇଛି। ଏସବୁ ଲୁଟ୍‌ରେ ପୁରୁଷ ଲୁଟେରାଙ୍କ ସମେତ ଆନ୍ତରାଜ୍ୟ ମହିଳା ଓ ନାବାଳକ ଗ୍ୟାଙ୍ଗ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଇତିମଧ୍ୟରେ ପୁଲିସ ଲୁଟ୍‌ରେ ସଂପୃକ୍ତ କିଛି ପୁରୁଷ, ମହିଳା ଓ ନାବାଳକ ଆନ୍ତରାଜ୍ୟ ଚୋରଙ୍କୁ ଧରିବାସହ ଲୁଟ୍‌ ମୋବାଇଲ୍‌ ଜବତ କରିଥିବା ସୂଚନା ମିଳିଛି। 

ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏଥର ପୂଜା ପାଇଁ ସୁରକ୍ଷା ଯୋଜନା କରିବାରେ କମିସନରେଟ୍‌ ପୁଲିସ ଅଧିକ ତତ୍ପରତା ଦେଖାଇଥିଲା। ପୁଲିସର ନିଜ ପ୍ରସ୍ତୁତି ସହିତ ପୂଜା କମିଟିଗୁଡ଼ିକୁ ମଧ୍ୟ ସିସିଟିଭି, କଣ୍ଟ୍ରୋଲ ରୁମ୍‌ ଓ ସ୍ବେଚ୍ଛାସେବୀ ବାବଦରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପୂଜା ମଣ୍ଡପରେ ଘଡ଼ିକୁ ଘଡ଼ି ଶ୍ରଦ୍ଧାଳୁଙ୍କୁ ଡ଼ାକବାଜି ଯୋଗେ ସତର୍କ ରହିବାକୁ କୁହାଯାଉଥିଲା। ତଥାପି ଏସବୁ ସୁରକ୍ଷା ବଳୟକୁ ଭାଙ୍ଗି ଲୁଟେରାମାନେ ମଣ୍ଡପକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଚୂନ ଲଗାଇଥିଲେ। ଲୁଟେରାମାନେ ଏଥିରେ ନାବାଳକମାନଙ୍କୁ ବହୁମାତ୍ରାରେ ବ୍ୟବହାର କରିଥିବା କୁହାଯାଉଛି। ଲୋକମାନେ କିଛି ଲୁଟେରାଙ୍କୁ କାବୁକରି ପୁଲିସର ଜିମା ଦେଉଥିଲେ ବି ପୁଲିସ ସେମାନଙ୍କୁ ଥାନାକୁ ନେଇ ପରେ ଛାଡ଼ିଦେଉଥିବା ଅଭିଯୋଗ ମଧ୍ୟ ହୋଇଛି। କିଛି ମାମଲାରେ ଲୁଟେରା ଧରା ପଡ଼ିଥିଲେ ହେଁ ଲୁଟ୍‌ ସାମଗ୍ରୀ ଉଦ୍ଧାର ହୋଇ ନପାରିବାରୁ ଉପାୟଶୂନ୍ୟ ହୋଇ ପୁଲିସ ଏପରି କରିଥିବା କୁହାଯାଉଛି। ଗତ ୪ଦିନ ଭିତରେ ରସୁଲଗଡ଼ ପୂଜାମଣ୍ଡପ ଭିଡ଼ରୁ ୫୦ରୁ ଅଧିକ ମୋବାଇଲ ଲୁଟ୍‌ ହୋଇଥିବାବେଳେ ୧୨ ସନ୍ଦିଗ୍ଧଙ୍କୁ ପୁଲିସର ଜିମା ଦିଆଯାଇଛି।

ମାତିଲେ ମଦ କଳାବଜାରୀ
ଏପଟେ ପ୍ରଶାସନ ପକ୍ଷରୁ ଭସାଣି ସମୟରେ ମଦ ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି ହୋଇଛି, କିନ୍ତୁ ଏହାକୁ ଖାତିର ନକରି ମାତିଛନ୍ତି ଅସାଧୁ ମଦ ବେପାରୀ। ଏଭଳି ଅଭିଯୋଗରେ କମିସନରେଟ୍‌ ପୁଲିସ ଅଧୀନରେ ଥିବା କ୍ୟାପିଟାଲ ଥାନା, ମଞ୍ଚେଶ୍ବର ଥାନା, ଖଣ୍ଡଗିରି ଥାନା ଓ ତମାଣ୍ଡୋ ଥାନାରେ ପୃଥକ୍‌ ପୃଥକ୍‌ ୫ଟି ମାମଲା ରୁଜୁହୋଇ ୫ଜଣ କଳାବଜାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦୦ରୁ ଅଧିକ ବୋତଲ ବିଦେଶୀ ମଦ ଜବତ କରାଯାଇଛି ଏବଂ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଦୁର୍ଗାପୂଜା ଭସାଣି ସମୟରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଦ ଦୋକାନଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଗୋଟିଏ ଦିନ ପୂର୍ବରୁ ମଦ ଦୋକାନଗୁଡ଼ିକୁ ବନ୍ଦ କରାଯାଇ ‘ମଦମୁକ୍ତ ଭସାଣି’ ଆୟୋଜନ ପାଇଁ ବନ୍ଦୋବସ୍ତ ହୋଇଥିଲା। ତେବେ କିଛି ଅସାଧୁ ବ୍ୟକ୍ତି ଏହାର ଫାଇଦା ଉଠାଇ ଆଗୁଆ ମଦ କିଣି ପାଖରେ ରଖିଥିଲେ। ଆଜି ସନ୍ଧ୍ୟାରେ ଅନେକ ଛକ ଓ ଓଭର୍‌ବ୍ରିଜ୍‌ ଅଣ୍ଡର୍‌ପାସ୍‌ ନିକଟରେ ଛିଡ଼ାହୋଇ ଦଲାଲମାନେ ବିଦେଶୀ ମଦ ବୋତଲ ପିଛା ୧୦୦ରୁ ୨୫୦ ଟଙ୍କା ଅଧିକରେ ବିକ୍ରି କରୁଥିବା ଦେଖା ଯାଇଥିଲା। ଖବର ପାଇ ଅବକାରୀ ବିଭାଗ କିଛି ସ୍ଥାନ‌ରେ ଚଢ଼ଉ କରିଥିଲା। ତେବେ ଅନେକ ସ୍ଥାନରେ କଳାବଜାର ସୁରୁଖୁରୁରେ ଚାଲିଥିଲା।

ସେମାନଙ୍କ ଭିତରେ ଅଛନ୍ତି ୫ ମହିଳା, ୨ ପୁରୁଷ ଓ ୭ ନାବାଳକ। ସେହିପରି ନୂଆପଲ୍ଲୀ ପୂଜାମଣ୍ଡପ ନିକଟରୁ ୬୦ରୁରୁ ଅଧିକ ମୋବାଇଲ ଚୋରି ହୋଇଥିବାବେଳେ  ୫ରୁ ଅଧିକ ସୁନାଚେନ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ୪ ସନ୍ଦିଗ୍ଧଙ୍କୁ ପୁଲିସ ଜିମା ଦିଆଯାଇଛି, ଯାହାଙ୍କ ଭିତରେ ୨ ମହିଳା ଓ ୨ ନାବାଳକ ଅଛନ୍ତି। ସେହିପରି ସହିଦନଗର ପୂଜାମଣ୍ଡପ ନିକଟରୁ ମଧ୍ୟ ୫୦ରୁ ଅଧିକ ମୋବାଇଲ୍‌ ଚୋରିର ଅଭିଯୋଗ ହୋଇଛି। ବମିଖାଲ ପୂଜାମଣ୍ଡପ ନିକଟରୁ ମୋବାଇଲ୍‌ ସହ ପକେଟମାର ଅଭିଯୋଗରେ ଜଣେ ମହିଳା ଓ ଜଣେ ନାବାଳକକୁ ଲୋକେ କାବୁକରି ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଗୋଟିଏ ଚକିତ କରିବାଭଳି କଥା ହେଉଛି, ଭିଡ଼ ଭିତରେ ମହିଳାଙ୍କ କେଶ କାଟି ନେଉଥିବା ଏକ ରାକେଟ୍‌ ଏଥର ପୂଜାରେ ସକ୍ରିୟ ଥିବା ଏକାଧିକ ଅଭିଯୋଗ ଆସିଛି। ଭିଡ଼ରେ ଲମ୍ବାକେଶ ଥିବା ମହିଳାମାନଙ୍କୁ ଏମାନେ ଟାର୍ଗେଟ୍‌ କରିଛନ୍ତି। ରୁସୁଲଗଡ଼ ପୂଜାମଣ୍ଡପରେ ଏଭଳି ୩ଜଣ ମହିଳାଙ୍କ କେଶ କଟା ଯାଇଥିବା ଅଭିଯୋଗ ଆସିଛି। ଅବଶ୍ୟ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବା ସାମ୍‌ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe