ରାଜଧାନୀରେ ରାଜ୍ କରୁଛନ୍ତି ଚୋର, ଲୁଟେରା

Advertisment

୫ ମାସରେ ୨୭୩ ଲୁଟ୍, ୮୮୯ ଚୋରି, ୧୭୧ ସିନ୍ଧିଚୋରି, ୨୦ ହତ୍ୟାକାଣ୍ଡ, ୩୭ଟି ଦୁଷ୍କର୍ମ

୫ ମାସରେ ୨୭୩ ଲୁଟ୍, ୮୮୯ ଚୋରି, ୧୭୧ ସିନ୍ଧିଚୋରି, ୨୦ ହତ୍ୟାକାଣ୍ଡ, ୩୭ଟି ଦୁଷ୍କର୍ମ

୩ ଶହ ବର୍ଷର ପ୍ରାଚୀନ ମନ୍ଦିରରେ କଳାକନା ବୁଲାଇଲେ

The Hans India

ଭୁବନେଶ୍ବର: ରାଜଧାନୀରେ ଏତେ ଥାନା, ଏତେ ପୁଲିସ, ଏତେ ପେଟ୍ରୋଲିଂ। ହେଲେ ପୁଲିସ ଡାଳେଡାଳେ ଗଲାବେଳକୁ ଅପରାଧୀ ପତ୍ରେପତ୍ରେ ଯାଉଛନ୍ତି। ଲକ୍‌ଡାଉନ୍, ସଟ୍‌ଡାଉନ୍‌ରେ ବି ବଢ଼ୁଛି ଅପରାଧ। ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ପୂରା ରାଜଧାନୀରେ ରାଜ୍ କରୁଛନ୍ତି ଚୋର, ଲୁଟେରା। ଗତ ପାଞ୍ଚ ମାସର ପରିସଂଖ୍ୟାନ କହୁଛି ଗତବର୍ଷ ତୁଳନାରେ ଏ ବର୍ଷ ଲୁଟ୍, ଛିନ୍‌ତାଇ, ଚୋରି, ସିନ୍ଧିଚୋରି ଆଦି ଘଟଣା ବଢ଼ିଛି।

publive-image

ବର୍ଷର ପ୍ରଥମ ତିନି ମାସ ଅପେକ୍ଷା ଏପ୍ରିଲ ଓ ମେ’ ଦୁଇ ମାସରେ ଲୁଟ୍, ଛିନତାଇ ମାମଲା କମିଥିଲେ ମଧ୍ୟ ପୂରା ୫ ମାସର ହାରାହାରି ମାମଲା ସଂଖ୍ୟା ଗତବର୍ଷ ଠାରୁ ଅଧିକ ରହିଛି। ସେହିପରି ଚଳିତବର୍ଷ ଜାନୁଆରିରୁ ମେ’ ମାସ ସୁଦ୍ଧା ଚୋରି ଓ ସିନ୍ଧିଚୋରି ମାମଲା ମଧ୍ୟ ଗତବର୍ଷ ତୁଳନାରେ ଯଥେଷ୍ଟ ବଢ଼ିଛି; ଯାହା କମିସନରେଟ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଚୋରି, ଲୁଟ୍, ଛିନତାଇ ଭଳି ଘଟଣାକୁ ରୋକିବା ପାଇଁ ତିଆରି ହୋଇଥିବା ପିଓପିଡି ଟିମ୍ କେତେକ ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଅପରାଧୀଙ୍କୁ ରୋକିବାରେ ସମର୍ଥ ହୋଇନାହିଁ। ଅନ୍ୟପକ୍ଷରେ ଏହି ୫ ମାସ ମଧ୍ୟରେ ରାଜଧାନୀରେ ୨୦ଟି ହତ୍ୟାକାଣ୍ଡ ଓ ୩୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe