ଗାଡ଼ିଚାଳକଙ୍କୁ ଲୁଟେରାଙ୍କ ପ୍ରାଣାନ୍ତକ ଆକ୍ରମଣ: ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଚୋଟ ମାରି ଲହୁଲୁହାଣ କଲେ

Advertisment

ତମାଣ୍ଡୋରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ତମାଣ୍ଡୋରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ଗାଡ଼ିଚାଳକଙ୍କୁ ଲୁଟେରାଙ୍କ ପ୍ରାଣାନ୍ତକ ଆକ୍ରମଣ: ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଚୋଟ ମାରି ଲହୁଲୁହାଣ କଲେ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ତମାଣ୍ଡୋ ପଞ୍ଚାୟତ ନିକଟସ୍ଥ ବାଲିଆପଡ଼ା କୋଲ୍ଡ୍‌ ଫ୍ୟାକ୍ଟ୍ରି ଅଞ୍ଚଳରେ ଜଣେ ଗାଡ଼ିଚାଳକଙ୍କୁ ଦୁଇଜଣ ଲୁଟେରା ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ ମୋବାଇଲ୍ ଓ ଗାଡ଼ି ଲୁଟିବାକୁ ଉଦ୍ୟମ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ଗାଡ଼ି ଚାଳକ ହେଉଛନ୍ତି ବାଲିଆପଡ଼ାର ଭରତ ସାହୁ(୫୦)। ତାଙ୍କୁ ଚିକିତ୍ସା ଲାଗି ଏମ୍ସରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ପ୍ରାୟ ଦେଢ଼ ଘଣ୍ଟା କାଳ ଜାତୀୟ ରାଜପଥ ଅବରୋଧ କରିଥିଲେ।

ମିଳିଥିବା ସୂଚନା ମୁତାବକ, ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଭରତ ସବୁଦିନ ଭଳି ଟ୍ରାଭେଲ୍ସରୁ ଭଡ଼ା ସାରି ଭରତ ନିଜ ବାଇକ୍‌ରେ ବାଲିଆପଡ଼ା କୋଲ୍ଡ ଷ୍ଟୋରେଜ୍ ରାସ୍ତା ଦେଇ ଘରକୁ ଫେରୁଥିଲେ। ଏତିକିବେଳେ ରାସ୍ତା ପାର୍ଶ୍ବରୁ ଦୁଇଜଣ ଯୁବକ ହଠାତ୍ ତାଙ୍କ ଗାଡ଼ି ସମ୍ମୁଖକୁ ମାଡ଼ି ଆସିଥିଲେ। ଭରତ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କୁ ଗାଡ଼ିରୁ ଭିଡ଼ି ଆଣି ମାଡ଼ ମାରିଥିଲେ ଏବଂ ତାଙ୍କୁ ତଳେ ପକାଇ ମୋବାଇଲ୍ ଏବଂ ଗାଡ଼ି ଛଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ଭରତ ଲୁଟେରା ଦ୍ବୟଙ୍କୁ ପ୍ରତିରୋଧ କରିବା ସହିତ ହେଲ୍‌ମେଟ୍‌ରେ ଆକ୍ରମଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଲୁଟେରାମାନେ ତାଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଏତିକିବେଳେ ଗାଁ’କୁ ଫେରୁଥିବା କିଛି ଲୋକ ପାଟିତୁଣ୍ଡ ଶୁଣି ଭରତଙ୍କ ପାଖକୁ ଚାଲି ଆସିବାରୁ ଦୁଇ ଲୁଟେରା ଘଟଣାସ୍ଥଳରୁ ଦୌଡ଼ି ଦୌଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ଦେଢ଼ଘଣ୍ଟା ଧରି ଜାତୀୟ ରାଜପଥ ୧୬କୁ ଅବରୋଧ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଆଲୋକୀକରଣ ହୋଇନଥିବା କାରଣରୁ ଏବଂ ପୁଲିସ ପ୍ୟାଟ୍ରୋଲିଂ ହେଉ ନ ଥିବାରୁ ଅନେକ ସମୟରେ ଲୋକେ ଲୁଟେରାଙ୍କ, ନିଶାଡ଼ି ଓ ଅସାମାଜିକ ତତ୍ତ୍ବଙ୍କ ଲୁଟ୍‌ପାଟ୍‌ର ଶିକାର ହେଉଥିବା ଅଭିଯୋଗ କରିଥିଲେ। ଖବର ପାଇ ଜୋନ୍-୩ ଏସିପି ଭରତ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକଙ୍କୁ ବୁଝାଶୁଝା କରିବା ସହ ଲୁଟେରା ଦ୍ବୟଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ। ‌ଏହା ପରେ ଯାଇ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe