ରାଜଧାନୀରେ ଲୁଟେରାରାଜ୍: ମାଛ ବେପାରୀଙ୍କୁ ହାଣି ଲୁଟିନେଲେ ୫ ହଜାର, ଫୋନ୍

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଜାରି ରହିଛି। ରାଜରାସ୍ତାରେ କାହାକୁ ହାଣିକି ଲୁଟ୍ କରୁଛନ୍ତି ତ ଆଉ କାହାକୁ ମାଡ଼ମାରି ଛଡ଼ାଇ ନେଉଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ଏକାଧିକ ଘଟଣା ସାମ୍ନାକୁ ଆସୁଛି। ପୁଣି ଥରେ ଭୋର୍‌ ସମୟରେ ବେପାରକୁ ବାହାରୁଥିବା ମାଛ ବେପାରୀଙ୍କୁ ଲୁଟେରାମାନେ ଟାର୍ଗେଟ୍ କରିବା ଆରମ୍ଭ କଲେଣି। ଧଉଳି ଥାନା ଅନ୍ତର୍ଗତ ଟିକରପଡ଼ା ଅଞ୍ଚଳର ନୃସିଂହ ବେହେରା ମାଛ ବେପାର କରିବା ପାଇଁ ଆସୁଥିଲେ। ଗତକାଲି ଭୋର୍‌ ପ୍ରାୟ ସାଢ଼େ ୪ଟାରେ ସାମନ୍ତରାପୁର ଛକ ନିକଟରେ ତିନି ଜଣ ଲୁଟେରା ନୃସିଂହଙ୍କୁ ହାଣିବା ସହ ତାଙ୍କ ନିକଟରୁ ୫ ହଜାର ଟଙ୍କା, ମୋବାଇଲ ଫୋନ୍ ଲୁଟି ନେଇଛନ୍ତି।

ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସେହିପରି ଗତକାଲି ବଡ଼ଗଡ଼ ଅଞ୍ଚଳରୁ ଜଣେ ଯୁବତୀ ମନିଷା ପ୍ରିୟଦର୍ଶିନୀ ଦୋରାଙ୍କଠାରୁ ମୋବାଇଲ ଫୋନ୍ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ସେ ମୋବାଇଲ ଫୋନ୍‌ରେ କଥା ହେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏ ନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ସେହିପରି ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଯାଉଥିବା ରାସ୍ତାରେ ଜଣେ ଯୁବକଙ୍କ ଠାରୁ ମୋବାଇଲ ଫୋନ୍ ଲୁଟି ନେଇଛି ଜଣେ ଦୁର୍ବୃତ୍ତ। ଲୁଟ୍‌ର ଶିକାର ହୋଇଛନ୍ତି ସୁଦର୍ଶନ କହଁର। ସୁଦର୍ଶନ ଫୋନ୍‌ରେ କଥା ହୋଇ ଚାଲିଚାଲି ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ହାତରୁ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲା। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe