ମୁଣ୍ଡରେ ବନ୍ଧୁକ ଲଗାଇ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌

Advertisment
ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ମୋବାଇଲ

image credit : bolnews

ବାଲିପାଟଣା: ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ୍‌-ଚଣାହଟ୍ଟା ରାସ୍ତାର କୁଳନ୍ଥିରା ନିକଟରେ ଆଜି ଜଣେ ଫାଇନାନ୍ସ କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦିନ ପ୍ରାୟ ସାଢ଼େ ୧ଟା ବେଳେ ସେ ଲୋକଙ୍କଠାରୁ ମାସିକ କିସ୍ତି ଆଦାୟ କରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷେ ୧୫ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଯୁବକଜଣଙ୍କ ହେଲେ, ନୂଆସାହି ବିଶ୍ବାଳସାହି ଗ୍ରାମର ରାକେଶ ବିଶ୍ବାଳ (୨୪)। ଏ ସଂପର୍କରେ ସେ ବାଲିପାଟଣା ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଶେଷ ଖବର ଲେଖା ହେବା ବେଳକୁ ପୁଲିସ୍‌ ଲୁଟେରାଙ୍କ ପତ୍ତା ପାଇ ପାରିନଥିଲା।

ରାକେଶ ୨ବର୍ଷ ହେବ ହିରୋ ଫାଇନାନ୍ସ କମ୍ପାନିରେ କାମ କରନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ସେ ଲୋକଙ୍କଠାରୁ କିସ୍ତି ଟଙ୍କା ଆଦାୟ କରି ଫେରୁଥିଲେ। ରାଜସ-ଚଣାହଟ୍ଟା ରାସ୍ତାର କୁଳନ୍ଥିରା ନିକଟରେ ତାଙ୍କ ମୋବାଇଲ୍‌କୁ ଏକ କଲ୍‌ ଆସିଥିଲା। ସେ ଅଟକି କଥାବାର୍ତ୍ତା ହେଉଥିବା ବେଳେ ୨ଜଣ ଯୁବକ ଏକ ନୀଳ ରଙ୍ଗର ପଲସର୍‌ରେ ଆସି ତାଙ୍କ ପାଖରେ ଅଟକିଥିଲେ। ରାକେଶ କିଛି ବୁଝିବା ଆଗରୁ ସେମାନଙ୍କ ମଧ୍ୟରୁ ଜଣେ ବାଇକ୍‌ରୁ ଓହ୍ଲାଇ ରାକେଶଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ଅନ୍ୟ ଦୁର୍ବୃତ୍ତଜଣଙ୍କ ତାଙ୍କ ବ୍ୟାଗ୍‌ ଖୋଲି ଦେଥିରେ ଥିବା ୧ଲକ୍ଷ ୧୫ ହଜାର ଟଙ୍କା ନେଇଯାଇଥିଲା। ପରେ ସେମାନେ ରାକେଶଙ୍କ ବାଇକ୍‌ ଚାବିକୁ ନିକଟସ୍ଥ ବିଲ ମଧ୍ୟକୁ ଫୋପାଡ଼ି ଦେଇ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe