ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Advertisment
ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ଭୁବନେଶ୍ବର : ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚାକିରି କରାଇଦେବା ନାଁରେ ଯୁବତୀଙ୍କ ଠାରୁ ଦେଢ଼ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଏହା ସହିତ ଯୁବତୀଙ୍କୁ ଧୂର୍ତ୍ତ ଠକ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିବା ଏତଲାରେ ଉଲ୍ଲେଖ ହୋଇଛି।

ଖବର ଅନୁଯାୟୀ, ଅଭିଯୋଗକାରୀ ହେଉଛନ୍ତି, କଟକ ଜଗନ୍ନାଥପୁର ଅଞ୍ଚଳର। ସେ କଳିଙ୍ଗନଗର ଘାଟିକିଆରେ ରୁହନ୍ତି। ସେ ଅନଲାଇନ୍‌ରେ ଚାକିରି ଖୋଜିବା ବେଳ ଜୟଦେବ ବିହାରର ତନ୍ମୟ ପାଣିଗ୍ରାହୀ ନାମକ ଜଣେ ଯୁବକ ସହିତ ପରିଚୟ ହୋଇଥିଲ। ତନ୍ମୟ ତାଙ୍କୁ ଖଣ୍ଡଗିରିରେ ଥିବା ଏକ ଘରୋଇ ହସ୍ପିଟାଲରେ ଚାକିରି ଦେବ ବୋଲି କହି ସଂପର୍କ ରଖିଥିଲା। ଏହାପରେ ଚାକିରି କରିବା ପାଇଁ ହେଲେ ଟଙ୍କା ଦେବାକୁ ପଡ଼ିବ ବୋଲି ତନ୍ମୟ ଯୁବତୀଙ୍କୁ କହିଥିଲା। ତନ୍ମୟଙ୍କ କଥାରେ ଭରସା କରି ଯୁବତୀ ତାଙ୍କୁ ଫୋନ୍ ପେ’ରେ ପ୍ରାୟ ଲକ୍ଷେ ୫୭ହଜାର ଟଙ୍କା ଦେଇଥିବା କହିଛନ୍ତି। ଟଙ୍କା ଦେବାର ୧୦ରୁ ୧୨ଦିନ ଭିତରେ ଚାକିରି ହୋଇଯିବ ବୋଲି ତନ୍ମୟ କହିଥିଲା। ମାତ୍ର ଏବେ ତନ୍ମୟ ତାଙ୍କୁ ଧରାଛୁଆଁ ଦେଉନଥିବା ସେ କହିଛନ୍ତି। ଟଙ୍କା ମାଗିବାରୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ତେଣୁ ଏନେଇ ଯୁବତୀ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe