କୁଆଁର ପୁନେଁଇ ଜହ୍ନ ଗୋ...

Advertisment
କୁଆଁର ପୁନେଁଇ ଜହ୍ନ ଗୋ...

ଭୁବ‌େନଶ୍ବର କୁଆଁର ପୁନେଁଇ ଜହ୍ନ ଗୋ ଫୁଲ ବଉଳ ବେଣୀ..., ଠିଆ ପୁଚି ନାରଙ୍ଗ... ପରି ଲୋକଗୀତ ବାଜି ଉଠିବ ପ୍ରତିଟି ଓଡ଼ିଆଙ୍କ ଘର ଅଗଣାରେ। ଘରର ଅବିବାହିତ ଝିଅମାନେ ଆସନ୍ତାକାଲି ପାଳିବେ କୁମାର ପୂର୍ଣ୍ଣିମା ଉତ୍ସବ। ଗାଁ ଗହଳିଠାରୁ ଆରମ୍ଭ କରି ସହରରେ ଥିବା ସବୁ କୁମାରୀମାନେ ନୂଆ ପୋଷାକ ପିନ୍ଧି ଚାନ୍ଦପୂଜା କରି ବ୍ରତ ପାଳିବେ। ଲୋକକଥା ଅନୁଯାୟୀ, କୁମାରୀମାନେ କାର୍ତି‌କେୟଙ୍କ ପରି ସୁନ୍ଦର ଓ ସର୍ବଗୁଣ ସମ୍ପନ୍ନ ବର ପାଇବା ଉଦ୍ଦେଶ୍ୟରେ ଏହି ଓଷା କରିଥାଆନ୍ତି। ଗୋଟିଏ ପଟେ ମା’ ଗଜଲକ୍ଷ୍ମୀଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ କୁମାର ପୂର୍ଣ୍ଣିମା ପାଇଁ କୁମାରୀଙ୍କ ଆଗ୍ରହ ଓ ଉଦ୍‌ବେଗ ସମଗ୍ର ରାଜଧାନୀକୁ ଚଳଚଞ୍ଚଳ କରି ଦେଇଛି। ଗାଁ ପରି ସହରରେ କୁମାର ପୂର୍ଣ୍ଣିମାର ପରିବେଶ ଅନୁଭବ ହେଉ ନ ଥିଲେ ବି ଓଡ଼ିଆ ଝିଅମାନେ ନିଜ ହିସାବରେ ଏହାକୁ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କଲେଣି। କେଉଁଠି ମନ୍ଦିରରେ ଏକତ୍ର ପୂଜା କରିବା ପାଇଁ ଯୋଜନା ଚାଲିଛି ତ କେଉଁଠି ନିଜ ଘରର ଛାତ ଉପରେ ପୂଜା ପାଇଁ କୁମାରୀମାନେ ପ୍ରସ୍ତୁତ ‌େହଲେଣି।

ପୂଜା ବିଧି: କୁମାର ପୂର୍ଣ୍ଣିମ‌ା ପୂର୍ବରୁ ମାସେ କାଳ ଚାଲିଥିବା ଜହ୍ନି ଓଷା ଆସନ୍ତାକାଲି ଶେଷ ହେବ। ସକାଳୁ ଉଠି ନୂଆ ବସ୍ତ୍ର ପିନ୍ଧି ଚଉରା ମୂଳେ ନୂଆ କୁଲାରେ ଖଇ, ଗୁଆ, କଦଳୀ, ଆଖୁ, କା‌କୁଡି, ଜହ୍ନି, ନଡ଼ିଆ ଓ ବିଭିନ୍ନ ଫଳ ରଖି ଆଞ୍ଜୁଳା ଟେକା ଯିବ। ସେଥିପାଇଁ ପୂର୍ବରୁ ଚଉରା ସଫା କରାଯାଇ ରଙ୍ଗ ଦିଆଯାଇଥାଏ। ସଂଧ୍ୟାରେ ଜହ୍ନ ଉଦୟ ହେବା ପରେ ଖଇ, ଛେନ‌ା, ନଡ଼ିଆ ଆଦି ଫଳମୂଳ ସହିତ ଚାନ୍ଦ ପୂଜା କରାଯାଇ ଯଥାବିଧି ପୂଜା ସମ୍ପନ୍ନ କରା‌ଯିବ। ଏହି ଦିନ ଅନେକ ବନ୍ଧୁ ନିଜ ବନ୍ଧୁତ୍ବକୁ ଆହୁରି ମଜଭୁତ୍‌ କରିବା ପାଇଁ ଚାନ୍ଦ ବସନ୍ତି।

ବଜାରରେ ଭିଡ଼: କୁମାର ପୂର୍ଣ୍ଣିମା‌ ପାଇଁ ଆଜି ବଜାରରେ ବେଶ ଭିଡ଼ ଜମିଥିଲା। ବଡ଼ ବଡ଼ ସୋ’ରୁମ୍‌ଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନରେ ଲୋକଙ୍କ ଗହଳି ଜମିଥିଲା। କିଏ ନୂଆ ପୋଷାକ କିଣିବାକୁ ବଜାରମୁହାଁ ହେଉଥିଲେ ତ ଆଉ କିଏ ପୂଜା ସାମଗ୍ରୀ କିଣିବାକୁ ଭିଡ଼ ଜମାଇଥିଲେ। ସକାଳ ପୂଜାରେ ଦରକାର ଥିବା ଆଖୁ, ତାଳ, ଗୁଆ, କେନ୍ଦୁ, ସେଉ, ପିଜୁଳି, ଆତ, କମଳା, ସେପଟା, କରମଙ୍ଗା, କାକୁଡ଼ି ଓ ପିଜୁଳି ଏକାସାଙ୍ଗେ ବିକ୍ରି ହେଉଥିଲା। ଏହାର ଦାମ୍‌ ୭୦ ଟଙ୍କା ଓ ଖଇ ପ୍ୟାକେଟ୍‌ର ଦାମ ୨୦ଟଙ୍କା ଥିବା ୟୁନିଟ-୧ରେ ଦୋକାନ ପକାଇଥିବା ପୂର୍ଣ୍ଣଚନ୍ଦ୍ର ଜେନା କହିଛନ୍ତି।

ଆଜିଠାରୁ ଗଜଲକ୍ଷ୍ମୀ ପୂଜା
ଭୁବନେଶ୍ବର: ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ଆସନ୍ତାକାଲି ଧରାପୃଷ୍ଠରେ ବିରାଜମାନ କରିବେ। ଆଶ୍ବିନ ଶୁକ୍ଳ ଚତୁର୍ଦଶୀରେ ମା’ ଲକ୍ଷ୍ମୀ ପୂଜା ପାଇବେ। ମା’ଙ୍କୁ ସ୍ବାଗତ କରିବା ପାଇଁ ସହରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ। ପାର୍ବଣ ଋତୁରେ ମା’ ଦୁର୍ଗା ବିଦାୟ ନେବା ପରେ ଧନଲକ୍ଷ୍ମୀଙ୍କ ଆଗମନ ହେବ। ଏଥିପାଇଁ ଭୁବନେଶ୍ୱର ଚଳଚଞ୍ଚଳ ହୋଇଉଠିଛି। ଶିଳ୍ପୀମାନେ ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଇସାରିଲେଣି। ପୂଜା ପାଇଁ ମଣ୍ଡପଗୁଡ଼ିକ ମଧ୍ୟ ସଜ ହୋଇସାରିଲାଣି। ଏବେ ସହରର ରାସ୍ତାଘାଟ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି। ସହର ଭିତରେ ୫୦ରୁ ଅଧିକ ଅନୁଷ୍ଠାନ ମା’ଙ୍କ ପୂଜାର ଆୟୋଜନ କରୁଥିବା ଜଣାଯାଇଛି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ପୂଜା ପାଇଁ ସମସ୍ତ ‌ବନ୍ଦୋବସ୍ତ ହୋଇସାରିଲାଣି। ଚନ୍ଦ୍ର ଉଦୟ ହେବା ପରେ ମା’ଙ୍କ ପୂଜା ପାଇଁ ପାଣି ତୋଳାଯିବ। ପାଣି ତୋଳା ହେବା ପରେ ଯଥାବିଧି ପୂଜାର୍ଚ୍ଚନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe