ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ ଦିନର ଚନ୍ଦନଯାତ୍ରା ଚାଲିଛି। ତେବେ ଦୁଇ ଦିନ ହେଲା ବିନ୍ଦୁସାଗରର ଅଧା ଅଂଶ ଅନ୍ଧାରରେ ରହିଛି। ଏନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଠାକୁର ବାହାରି ବିନ୍ଦୁସାଗର ବ୍ରହ୍ମା ଘାଟ କୂଳକୁ ଯାଇ ପ୍ରଥମେ ମହନୀ ଘାଟରେ ଭୋଗ ଖାଇବା ପରେ ମଠ ଘାଟରେ ଭୋଗ ଖାଇଥାନ୍ତି। ତେବେ ଶ୍ରାଦ୍ଧ ଘାଟ, ମହନୀ ଘାଟ ଅନ୍ଧାର ଥିବା ବେଳେ ଉତ୍ତର ପାର୍ଶ୍ୱର ସମସ୍ତ ଘାଟ ଉତ୍ତରେଶ୍ୱର ପର୍ଯ୍ୟନ୍ତ ଅନ୍ଧାର ରହିଛି। ଅନ୍ଧାର ଯୋଗୁଁ ସେହି ଅଞ୍ଚଳରେ ଚାପ ଦେଖିବାକୁ ଲୋକ ଭୟ କରୁଛନ୍ତି। ଏନେଇ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରାଯାଇଛି।
ଚନ୍ଦନ ଯାତ୍ରା ବେଳେ ବିନ୍ଦୁସାଗର ଅଧା ଅନ୍ଧାର
Advertisment
Follow Us