ମନ୍ଦିର ପ୍ରଶାସନ ବୋର୍ଡକୁ ପୋତିଦେଲେ, ଜରିମାନା ଆଦାୟ କଲା ପ୍ରଶାସନ

Advertisment
ଦେବୋତ୍ତର ଜମିରେ ଲିଙ୍ଗରାଜ ମାର୍କେଟ, ବିଏମ୍‌ସିକୁ ହେବ ନୋଟିସ

en.wikipedia.org

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମିରେ ଲାଗିଥିବା ବୋର୍ଡକୁ ପୋତି ଦେବାରୁ ମନ୍ଦିର ପ୍ରଶାସନ ଆଜି ଜରିମାନା ଆଦାୟ କରିଛି। ଏଥି ସହ ଉକ୍ତ ବୋର୍ଡକୁ ଉଦ୍ଧାର କରିଛି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଲୁଇସ୍‌ ରୋଡ୍‌ ନିକଟ ମହାବୀର ବଜାରସ୍ଥିତ ମହାବୀର ମନ୍ଦିର ପଛ ପାଖରେ ରହିଛି ଶ୍ରୀ ଲିଙ୍ଗରାଜଙ୍କ ଜମି। ତେବେ ଏହି ଜମି ପାଖରେ ଜଣେ ବ୍ୟକ୍ତି ଘର କାମ କରୁଥିବା ବେଳେ ମନ୍ଦିର ବୋର୍ଡଟି ମାଟିରେ ପୋତି ଦେଇଥିଲେ। ଏନେଇ ଅଭିଯୋଗ ପାଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋର୍ଡକୁ ପୋତିଥିବା ଉକ୍ତ ବ୍ୟକ୍ତିଙ୍କଠାରୁ ୩୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ ବୋଲି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବେ ମହତାବ ରୋଡ ନିକଟରେ ଭଡ଼ାରେ ଲାଗିଥିବା ଘର ନିକଟରେ ଜବରଦଖଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ସେବାୟତମାନେ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେବାୟତମାନେ କହିଛନ୍ତି ଯେ ମନ୍ଦିର ପ୍ରଶାସନ ଏଠାରେ ଜବରଦଖଲ ନେଇ ପାତରଅନ୍ତର କରୁଛି। ଜବରଦଖଲ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe