ଅନଲାଇନ ଗେମ୍‌ ଖେଳି ଲକ୍ଷେ ହରାଇଲେ, ମିଛ ଲୁଟ୍‌ ଅଭିଯୋଗ କରି ହଟହଟା

Advertisment

କ୍ଷମା ମାଗି ମୁକୁଳିଲେ ଯୁବକ

କ୍ଷମା ମାଗି ମୁକୁଳିଲେ ଯୁବକ

ଭାଇବୋହୂଙ୍କ ମୁଣ୍ଡକୁ କୋଦାଳ ପାହାର, ଦେଢ଼ଶୁର ଅଟକ

Argus News

ବାଲିଅନ୍ତା : ଅନ୍‌ଲାଇନ୍‌ ଗେମ୍‌ ଖେଳି ଲକ୍ଷେ ଟଙ୍କା ହରାଇବା ପରେ ଜଣେ ଯୁବକ ଥାନାରେ ମିଛ ଲୁଟ୍‌ ଅଭିଯୋଗ କରି ହଟହଟା ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଜି ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପୁଲିସ୍‌ ସଂପୃକ୍ତ ଯୁବକଙ୍କ ବିରୋଦରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଧମକ ଦେଇଥିଲା। ତେବେ ସଂପୃକ୍ତ ଯୁବକଜଣଙ୍କ ଶେଷରେ ପୁଲିସକୁ କ୍ଷମା ମାଗି ଥାନାରୁ ମୁକୁଳିଥିବା ଜଣାଯାଇଛି।

ଥାନା ଅଧିକାରୀ ପ୍ରଦୀପ ରାଉତଙ୍କ ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଅଧୀନ ପ୍ରଧାନପାଟଣା ଗ୍ରାମର ପ୍ରଦୀପ ନାଥଙ୍କୁ ତାଙ୍କର ଜଣେ ସଂପର୍କୀୟ ଲୋନ୍‌ ଆକାଉଣ୍ଟରେ କିସ୍ତି ଟଙ୍କା ଜମା କରିବା ପାଇଁ ୨ ଲକ୍ଷ ଟଙ୍କା ଦେଇଥିଲେ। ପ୍ରଦୀପ ସଂପର୍କୀୟଙ୍କ ଆକାଉଣ୍ଟରେ ଲକ୍ଷେ ଟଙ୍କା ଜମା କରିଥିବା ବେଳେ ବାକି ଲକ୍ଷେ ଟଙ୍କା ‘ବିଗ୍‌-ୱିନ୍‌’ ନାମକ ଅନଲାଇନ୍‌ ଗେମ୍‌ ଖେଳି ହରାଇ ଦେଇଥି‌ଲେ। ଟଙ୍କା ଚାଲିଯିବା ପରେ ପ୍ରଦୀପଙ୍କ ମୁଣ୍ଡ ଘୂରି ଯାଇଥିଲା। ଟଙ୍କା କେଉଁଠୁ ଆଣି ବନ୍ଧୁଙ୍କ ଆକାଉଣ୍ଟରେ ଜମା କରିବେ ଭାବି ଚିନ୍ତାରେ ପଡ଼ିଥିଲେ। ତେଣୁ ତାଙ୍କ ଲୁଟ୍‌ ହୋଇଯାଇଥିବା କହି ପୁଲିସ ଆଗରେ ନାଟକ କରିଥିଲେ।

ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଖବର ପାଇ ଏଏସଆଇ ଅରୁଣ ମଲ୍ଲିକ ଓ ରାକେଶ ସାମନ୍ତରାୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପରେ ଉଭୟ ପ୍ରଦୀପଙ୍କୁ ପଚରାଉଚରା କରିବାରୁ ତାଙ୍କ କଥାରେ କିଛି ତାଳମେଳ ରହି ନଥିଲା। ଶେଷରେ ପୁଲିସ ତାଙ୍କ ବିରୋଧରେ ମିଛ ଅଭିଯୋଗ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିବାରୁ ସେ ସବୁ ସତ ମାନି ଯାଇଥିଲେ। ତେବେ ପ୍ରଦୀପଙ୍କ ଘରଲୋକ ଥାନାରେ ପହଞ୍ଚି ପୁଲିସକୁ କ୍ଷମା ମାଗି ପ୍ରଦୀପଙ୍କୁ ମୁକୁଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe