ଦୃଷ୍ଟିହୀନ ସଂଘ ପକ୍ଷରୁ ଲୁଇସ ବ୍ରେଲ୍‌ ଜୟନ୍ତୀ

Advertisment
ଦୃଷ୍ଟିହୀନ ସଂଘ ପକ୍ଷରୁ ଲୁଇସ ବ୍ରେଲ୍‌ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଶା ଦୃଷ୍ଟିହୀନ ସଂଘ ପକ୍ଷରୁ ମହାତ୍ମା ଲୁଇସ ବ୍ରେଲ୍‌ଙ୍କ ୨୦୯ତମ ଜୟନ୍ତୀ ଉତ୍ସବ ସହ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ କମିସନର ମିନତି ବେହେରା, ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ରଞ୍ଜନ ସାମଲ, ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଜୟଶ୍ରୀ ମହାପାତ୍ର ଯୋଗ ଦେଇ ଦୃଷ୍ଟିହୀନଙ୍କ ସୁବିଧା ନିମନ୍ତେ ବିଭିନ୍ନ ସୂଚନା ବ୍ରେଲ୍‌ ଲିପିରେ ପ୍ରଦାନ କରିବା ପାଇଁ ମତପ୍ରକାଶ କରିଥିଲେ। ସଂଘର ସଭାପତି ପ୍ରଶାନ୍ତ ଭୂୟାଁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ବିହାରୀ ନାୟକଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe