ଚୁଲିକି ଗଲା ପ୍ରେମ ବିବାହ: ଭାଇବୋହୂକୁ ନେଇ ଦେଢ଼ଶୂର ଚମ୍ପଟ

ଚୁଲିକି ଗଲା ପ୍ରେମ ବିବାହ: ଭାଇବୋହୂକୁ ନେଇ ଦେଢ଼ଶୂର ଚମ୍ପଟ

ଭୁବନେଶ୍ୱର : ଭାଇବୋହୂକୁ ନେଇ ଫେରାର୍ ହୋଇଯାଇଛି ଦେଢ଼ଶୂର। ମହିଳାଜଣକ ସାଙ୍ଗରେ ନେଇଯାଇଛନ୍ତି ଅଢ଼େଇବର୍ଷର ପୁଅକୁ। କିନ୍ତୁ ଦେଢ଼ଶୂର ନିଜର ସ୍ତ୍ରୀ ପିଲାମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି। ମହିଳାଜଣକ ୪ ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିବା ବେଳେ ସ୍ବାମୀଙ୍କ ବଡ଼ଭାଇକୁ ପୁଣି ଭଲ ପାଇ ଘର ଛାଡ଼ିଛନ୍ତି। ଏମିତି ଏକ ଅଜବ ଘଟଣାକୁ ନେଇ ଆଜି ଭରତପୁର ଥାନାରେ ଅଭିଯୋଗ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଭରତପୁର ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ଅଶୋଭନୀୟ ଘଟଣା। ସାନ ଭାଇ ପ୍ରେମ କରି ୪ ବର୍ଷ ତଳେ ବିବାହ କରିଥିଲା। ଅଢ଼େଇ ବର୍ଷ ତଳେ ସେମାନଙ୍କ କୋଳକୁ ଆସିଥିଲା ଏକ ପୁତ୍ର ସନ୍ତାନ। ସବୁ କିଛି ଠିକ୍‌ ଚାଲିଥିଲା। ମାତ୍ର ଏସବୁ ଭିତରେ କେତେବେଳେ ଦେଢ଼ଶୂର ଓ ଭାଇବୋହୂ ମଧ୍ୟରେ ଗଢ଼ିଉଠିଲା ପ୍ରେମସମ୍ପର୍କ। ପରିବାର ଭିତରେ କଥା ଅଛପା ରହିଲାନାହିଁ। ଲୋକଲଜ୍ଜା ଭୟରେ କଥା ବାହାରକୁ ନଆସିଲେ ମଧ୍ୟ ଘରେ ଆରମ୍ଭ ହୋଇଥିଲା ଝଗଡ଼ା। ସାନଭାଇ ଓ ତା’ ସ୍ତ୍ରୀ ମଧ୍ୟରେ ଯେତିକି ପାଟିତୁଣ୍ଡ ହେଉଥିଲା, ବଡ଼ଭାଇ ଓ ତା’ ସ୍ତ୍ରୀ ମଧ୍ୟରେ ସେତିକି ଗଣ୍ଡ‌ଗୋଳ ଲାଗିରହିଲା। ପ୍ରାୟ ବର୍ଷେ ହେଲା ଏହି ଝଗଡ଼ାକୁ ଯଥାସମ୍ଭବ ଚାପି ରଖିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଦେଢ଼ଶୂର ଓ ଭାଇବୋହୂଙ୍କ ପ୍ରେମକୁ ବାଧାଦେବା ସମ୍ଭବ ହୋଇନଥିଲା। ଗତ ଦୁଇ ଦିନ ତଳେ ସେମାନେ ଘର ଛାଡ଼ି ଫେରାର୍ ହୋଇଗଲେ। ସାନ ଭାଇ ତା’ ଶ୍ବଶୁର ଘର ସହ ଯୋଗାଯୋଗ କଲା ପରେ ଆଜି ବାପଘର ଲୋକେ ଭରତପୁର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଫେରାର୍ ଭାଇବୋହୂ ଓ ଦେଢ଼ଶୂରଙ୍କ ଫୋନ୍ କଲ୍ ଟ୍ରାକ୍ କରିବା ସହ ଉଭୟଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe