ଲଭ୍, ସେକ୍ସ, ଧୋକା: ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କଠାରୁ ୪ ଲକ୍ଷ ଲୁଟିଲା, ପିଟିଲା

Advertisment

ପୁଲିସର ଖୋଳତାଡ଼, ଯୁବକକୁ ପଚରାଉଚରା

ପୁଲିସର ଖୋଳତାଡ଼, ଯୁବକକୁ ପଚରାଉଚରା

ଆଲିସାନ ଘର ଭିତରେ ସେକ୍ସ ରାକେଟ୍; ଶାସ୍ତ୍ରୀନଗରରେ ପୁଲିସର ଚଢ଼ଉ, ୮ ଯୁବତୀ ସହ ୩ ଗ୍ରାହକ ଅଟକ

Askmen India

ଭୁବନେଶ୍ବର: ରାସ୍ତାରେ ଦେଖାସାକ୍ଷାତ, ଫୋନ୍ ନମ୍ବର ଦିଆନିଆ, ବନ୍ଧୁତାରୁ ପ୍ରେମ ସମ୍ପର୍କ, ବିବାହ ପାଇଁ ପ୍ରତିଶ୍ରୁତି ଓ ତା’ ପରେ ଶାରୀରିକ ସମ୍ପର୍କ। କିନ୍ତୁ ବିବାହ ପୂର୍ବରୁ ମିଳିଲା ଧୋକା, ପ୍ରତାରଣା, ପ୍ରାଣାନ୍ତକ ଆକ୍ରମଣ। ଏମିତି ଏକ ଘଟଣା ଘଟିଛି ରାଜଧାନୀରେ। ଏ ନେଇ ପ୍ରତାରଣାର ଶିକାର ଯୁବତୀ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର କୋରାପୁଟ ବନ୍ଧୁଗାଁରେ। ସେ ଏଠାରେ ନୂଆପଲ୍ଲୀ ଗଡ଼ସାହିରେ ରହିବା ସହ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। କିଛି ମାସ ତଳେ ଅଫିସ ନିକଟରେ ଚଣ୍ଡିଖୋଲ ଅଞ୍ଚଳର ଜଣେ ଯୁବକ ସହ ତାଙ୍କର ସାକ୍ଷାତ ହୁଏ। ସେହି ସାକ୍ଷାତରୁ ଉଭୟଙ୍କର ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ସୃଷ୍ଟି ହୁଏ।

ପ୍ରେମିକ ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଅନେକଥର ଶାରୀରିକ ସମ୍ପର୍କ ରଖିଛି। ଖାଲି ସେତିକି ନୁହେଁ, ଅନେକ ସମୟରେ ଆବଶ୍ୟକତା ଥିବା କହି ପ୍ରାୟ ୪ ଲକ୍ଷ ଟଙ୍କା ନେଇଛି। କିନ୍ତୁ ପ୍ରାୟ ମାସେ ହେଲା ଯୁବତୀ ପ୍ରେମିକ ସହ ଯୋଗାଯୋଗ କରି ବିଫଳ ହୋଇଥିଲେ। ଫୋନ୍ କରିଥିଲେ ମଧ୍ୟ ସେ ଉଠାଉ ନ ଥିଲା। ପରେ ଖବର ମିଳିଲା ପ୍ରେମିକ ଆଉ କେଉଁଠି ବିବାହ କରୁଛି। ଏହା ପରେ ଗତ ଏପ୍ରିଲ ୨୦ ତାରିଖରେ ଯୁବତୀ ଜଣକ ଜଗନ୍ନାଥନଗର ଲେନ୍-୪ରେ ପ୍ରେମିକ ରହୁଥିବା ଘରେ ପହଞ୍ଚିଥିଲେ। ଅନ୍ୟ ଜଣେ ଯୁବତୀଙ୍କୁ ବିବାହର ସମ୍ପର୍କରେ ପଚାରିବାରୁ ସେମାନଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପ୍ରେମିକ ଯୁବତୀଙ୍କୁ ନିସ୍ତୁକ ପିଟି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କିଛି ବ୍ୟକ୍ତି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସିତ ହୋଇ ଫେରିବା ପରେ ଏ ସମ୍ପର୍କରେ ସେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଯୁବକକୁ ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe