ଲଭ୍‌-ସେକ୍ସ୍‌-ଧୋକା : କିଏ କହୁଛି ସତ?

Advertisment
ଲଭ୍‌-ସେକ୍ସ୍‌-ଧୋକା : କିଏ କହୁଛି ସତ?

ଚନ୍ଦ୍ର‌ଶେଖରପୁର : ଅଧ୍ୟାପିକା ଓ ବ୍ୟାଙ୍କ ପରିଚାଳକ ମଧ୍ୟରେ ଲଭ୍‌-ସେକ୍ସ-ଧୋକା ମାମଲାରେ ପୁଲିସ ଦ୍ବନ୍ଦ୍ବରେ ରହିଛି। କିଏ ସତ କହୁଛି ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି। ତେଣେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ସଫେଇ ଦେଉଛନ୍ତି। ସତ୍ୟତା ପ୍ରମାଣ ଦେବାପାଇଁ ପୁଲିସ୍ ସହ ଘଟଣାସ୍ଥଳ ବୁଲି ମଧ୍ୟ ଦେଖାଇଛନ୍ତି। କେଉଁଠାରେ ଲଗାତାର ଦେଖା ହେଉଥିଲା ଓ କେଉଁ ପରିସ୍ଥିତିରେ ଉଭୟ ହୋଟେଲରେ ଶାରୀରିକ ସମ୍ପର୍କ ରଖିଲେ ସେ ସବୁ ବୟାନ କରିଛନ୍ତି। ହେଲେ ଯୁବତୀଙ୍କ କଥାରେ ୫୦ଭାଗ ସତ୍ୟତାର ପ୍ରମାଣ ମିଳିଥିବା ବେଳେ ଯୁବକଙ୍କ କଥାରୁ ୩୦ ଭାଗ ତଥ୍ୟ ମିଳିଛି। ଉଭୟଙ୍କ କଥାର ସତ୍ୟତା ଯାଞ୍ଚ ପାଇଁ ପୁଲିସ ମକ୍‌ଡ୍ରିଲ୍ କରାଇଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଂଜନ ନାୟକ କହିଛନ୍ତି।

ଘଟଣା ଅନୁଯାୟୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କର ପରିଚାଳକଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୫ଲକ୍ଷ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜ୍‌ର ଅଧ୍ୟାପିକା ବ୍ୟାଙ୍କ ପରିଚାଳକଙ୍କ ନାମରେ ପାଲଟା ଅଭିଯୋଗ ଆଣିଥିଲେ। ବ୍ୟାଙ୍କ ଅଧିକାରୀ ସୋସିଆଲ୍ ମିଡିଆରେ ତାଙ୍କ ସହ ବନ୍ଧୁତା କରିଥିଲେ। କିଛି ଦିନ ପରେ ବିଭିନ୍ନ ପାର୍କରେ ‌ଦେଖାକରି ଏକ ହୋଟେଲ୍ ନିଶା ପିଆଇ ଦୁର୍ଷ୍କମ କରିଥିଲେ। ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଉତ୍ତୋଳନ କରି ଧମକାଉଥିଲେ। ଯୁବତୀ ଜଣକ ବିବାହ କରିବା ପାଇଁ ତାଙ୍କୁ ଚାପ ପକାଇବାରୁ ସେ ଧୋକା ଦେଇଥିଲେ। ଏହି ଘଟଣା ବିଷୟରେ ଜାଣି ଯୁବତୀଙ୍କ ପୁରୁଷ ବନ୍ଧୁମାନେ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଅପହରଣ କରି ୫ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଯୁବତୀ ଓ ତାଙ୍କ ୪ଜଣ ବନ୍ଧୁଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ମଧ୍ୟ ସମ୍ପୃକ୍ତ ବ୍ୟଙ୍କ ଅଧିକାରୀଙ୍କୁ ଅଟକ ରଖିଛି। ଯୁବକଙ୍କ କହିବା ଅନୁଯାୟୀ ଅପହରଣ ବେଳେ ତାଙ୍କ ଆଖି ବନ୍ଧା ହୋଇଥିବାରୁ ସେ କେଉଁଠାରେ ପଣବନ୍ଦୀ ହୋଇ ରହିଥିଲେ ତାହା ଜାଣି ନାହାନ୍ତି। ଅପରପକ୍ଷରେ ଟଙ୍କା ଦାବି କରିବା ଘଟଣାର ମଧ୍ୟ କିଛି ପ୍ରମାଣ ମିଳିନାହିଁ। ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ନେଇ ଆସନ୍ତାକାଲି ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe